କର୍ନାଟକ ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କ ପରଲୋକ

ବେଙ୍ଗାଲୁରୁ,୨୭।୧: କର୍ନାଟକର ପୂର୍ବତନ ମନ୍ତ୍ରୀ ତଥା ଜେଡିଏସ୍‌ର ବରିଷ୍ଠ ନେତା ଅମରନାଥ ସେଟ୍ଟିଙ୍କର ମାଙ୍ଗାଲୁରରେ ପରଲୋକ ହୋଇଛି। କିଛିଦିନ ହେବ ସେ ଅସୁସ୍ଥ ଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ ୮୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ସେ ଜଣେ ସ୍ପଷ୍ଟବାଦୀ ନେତା ଭାବେ ବେଶ୍‌ ପରିଚିତ ଥିଲେ। ୧୯୬୫ରେ ସେ ରାଜନୀତି ଦୁନିଆରେ ପାଦ ରଖିଥିଲେ। ସେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଲୋକଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ।

Share