କର୍ନାଟକରେ ହୋଇପାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ଦେବଗୌଡା

ବେଙ୍ଗାଲୁରୁ.୨୧।୬: କର୍ନାଟକରେ ଯେକୌଣସି ମୂହୁର୍ତ୍ତରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା ହୋଇପାରେ ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ସିକ୍ୟୁଲାର୍‌(ଜେଡିଏସ) ନେତା ଏଚଡି.ଦେବଗୌଡା ସୂଚନା ଦେଇଛନ୍ତି। କଂଗ୍ରେସ ଦଳର କାର୍ଯ୍ୟକୁ ଜନତା ଦେଖୁଛନ୍ତି ତେଣୁ ଜେଡିଏସ ସହ ମେଣ୍ଟ କେତେଦିନ ପର୍ଯ୍ୟନ୍ତ ତିଷ୍ଠିବ ତାହା କହିବା କଷ୍ଟ। କିନ୍ତୁ କଂଗ୍ରେସ ହିଁ ଜେଡିଏସ ସହ ମେଣ୍ଟ କରିବାକୁ ପ୍ରଥମେ କହିଥିଲା। ଗତ ଲୋକ ସଭା ନିର୍ବାଚନ ପରେ କଂଗ୍ରେସ ନିଜ ଶକ୍ତି ହରାଇବସିଛି ବୋଲି ସେ କହିଛନ୍ତି। ୫ବର୍ଷ କଂଗ୍ରେସ ସହ ମେଣ୍ଟ କରିବାରେ ଜେଡିଏସର କୌଣସି ଅସୁବିଧା ନାହିଁ। କିନ୍ତୁ କଂଗ୍ରେସ ନେତାଙ୍କ ବ୍ୟବହାର ଦେଖି ଏହା ବେଶୀ ଦିନ ତିଷ୍ଠିବା ସମ୍ଭବ ନୁହେଁ ବୋଲି ଦେବଗୌଡା କହିଛନ୍ତି।