WICB President's XI squad cricketer Rahkeem Cornwall delivers a ball during Day 2 of the three-day tour match between India and WICB President's XI squad at the Warner Park stadium in Basseterre, Saint Kitts, on July 15, 2016. / AFP / Jewel SAMAD (Photo credit should read JEWEL SAMAD/AFP/Getty Images)
ଲକ୍ଷ୍ନୌ, ୨୭।୧୧(ପି.ଟି.): ଅଫ୍ ସ୍ପିନର ରାଖିମ୍ କର୍ନଓ୍ବାଲଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୭/୭୫) ବଳରେ ଓ୍ବେଷ୍ଟଇଣ୍ଡିଜ୍ ଏଠାରେ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍ରେ ଆଫଗାନିସ୍ତାନକୁ ବଡ଼ ସ୍କୋର ହାସଲ କରିବାର ସୁଯୋଗ ଦେଇନାହିଁ। ସ୍ଥାନୀୟ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ଟେଷ୍ଟ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ପ୍ରଥମ ଇନିଂସରେ ୬୮.୩ ଓଭରରେ ୧୮୭ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨୨ ଓଭରରେ ୨ ଉଇକେଟ ହରାଇ ୬୮ ରନ ସଂଗ୍ରହ କରିଛି। ଫଳରେ ୮ ଉଇକେଟ ହାତରେ ରଖି ଓ୍ବେଷ୍ଟଇଣ୍ଡିଜ୍ ମାତ୍ର ୧୧୯ ରନ ପଛରେ ପଡିଛି। ଷ୍ଟମ୍ପ ଅପସାରଣ ବେଳକୁ ଜନ କ୍ୟାମ୍ପବେଲ ୩୦ ଓ ଶମରା ବ୍ରୁକ୍ସ ୧୯ ରନ କରି ଅପରାଜିତ ରହିଛନ୍ତି। ଓପନର କ୍ରେଗ୍ ବ୍ରାଥଓ୍ବେଟ୍ ୧୧ ରନ କରି ଅମୀର ହମଜାଙ୍କ ଦ୍ୱାରା ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେହିପରି ସାଇ ହୋପ୍ ମାତ୍ର ୭ ରନ କରି ତାରକା ସ୍ପିନର ରସିଦ୍ ଖଁ।ଙ୍କ ବଲ୍ରେ ଇସାନୁଲ୍ଲାଙ୍କୁ କ୍ୟାଚ୍ ଦେଇ ଆଉଟ ହୋଇଥିଲେ।
ଆଫଗାନିସ୍ତାନ ତରଫରୁ ପ୍ରଥମ ଇନିଂସରେ ଓପନର ଜାଭେଦ ଅହମଦି ସର୍ବାଧିକ ୩୯ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମୀର ହମ୍ଜା ୩୪, ଅଫସର ଜଜାଇ ୩୨, ଇଶାନୁଲ୍ଲା ୨୪, ୟାମିନ ଅହମଦଜାଇ ୧୮, ଇବ୍ରାହିମ ଜଡ୍ରାନ ୧୭ ରନ କରି ଆଉଟ ହୋଇଥିଲେ। ଅନ୍ୟ ୫ ଜଣ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ ତରଫରୁ କର୍ନଓ୍ବାଲ ମାତ୍ର ୭୫ ରନ ବ୍ୟୟ କରି ସର୍ବାଧିକ ୭, ଜାସନ ହୋଲ୍ଡର ୨ ଓ ଜୋମେଲ ଓ୍ବାରିକାନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଆଫଗାନିସ୍ତାନ ପ୍ରଥମ ଇନିଂସ- ୬୮.୩ ଓଭରରେ ୧୮୭ ଅଲଆଉଟ
(ଜାଭେଦ ଅହମଦି- ୩୯, ଅମୀର ହମଜା- ୩୪, ଅଫସର ଜଜାଇ- ୩୨, ଇଶାନୁଲା- ୨୪, ରାଖିମ କର୍ନଓ୍ବାଲ- ୭/୭୫, ହୋଲ୍ଡର- ୨/୨୨)।
ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସ-୬୮/୨
(କ୍ୟାମ୍ପବେଲ- ୩୦*, ବ୍ରୁକ୍ସ- ୧୯, ବ୍ରାଥଓ୍ବେଟ- ୧୧, ହୋପ୍- ୭, ଆମୀର ହମ୍ଜା- ୧/୨୫, ରସିଦ ଖାଁ- ୧/୨୪)।