????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଟିଟିଲାଗଡ଼, ୨।୫ (ଡି.ଏନ.ଏ): ବଲାଙ୍ଗୀର ଜିଲା ଲିଖରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି। ଏନେଇ ପ୍ରଶାସନିକ ତପତ୍ରତା ଆରମ୍ଭ ହୋଇଛି। ଶନିବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଜୋନାଲ ସଂଯୋଜକ ଡା. ନିଶିନ୍ତ ରଞ୍ଜନ ଦାଶ ଟିଟିଲାଗଡରେ ପହଞ୍ଚି ପ୍ରଶାସନିକ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ସଭାଗୃହରେ ଡା. ଦାଶ ଉପଖଣ୍ଡ ଅନ୍ତର୍ଗତ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀଙ୍କୁ କରୋନା ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ତାଲିମ ପ୍ରଦାନ କରିଥିଲେ। ସମ୍ଭାବ୍ୟ ପରିସ୍ଥିତିରେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଦାୟିତ୍ୱ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଜାତାରାଣୀ ମିଶ୍ର, ଟିଟିଲାଗଡ ରେଲବାଇ ଏଡିଏମଓ ଡା. ରଘୁନାଥ ପଣ୍ଡାଙ୍କ ସହ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ଚିକିତ୍ସାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ।