Microscopic view of Coronavirus, a pathogen that attacks the respiratory tract. Analysis and test, experimentation. Sars. 3d render
ପୁରୀ ଅଫିସ, ୬।୬: କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଶନିବାର ପୁରୀ ଜିଲା ଶତକ ଛୁଇଁଛି। ପୂର୍ବରୁ ଜିଲାର ୯୯ଜଣ ଏହି ମହାମାରୀ ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା ବେଳେ ଶନିବାର ଆଉ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ୮୧ଜଣ ସୁସ୍ଥ ହୋଇଥିବା ବେଳେ ୧୯ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ନୂଆ ଆକ୍ରାନ୍ତଙ୍କ ସମ୍ପର୍କରେ ଜିଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ମାତ୍ର ଚିହ୍ନଟ ନୂଆ ଆକ୍ରାନ୍ତ ଜଣଙ୍କ କ୍ୱାରାଣ୍ଟାଇନ୍ କେନ୍ଦ୍ରର ବୋଲି ଶୁଣିବାକୁ ମିଳୁଛି।