Women wearing masks to prevent contracting the coronavirus take a walk at a Han River park in Namyangju, South Korea March 7, 2020. REUTERS/Kim Hong-Ji
ଜେନେଭା,୮।୩: ପୃଥିବୀର ୯୪ଟି ଦେଶରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। କରୋନା ମୁକାବିଲା ପାଇଁ ଚାଇନା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍ଓ)କୁ ୨୦ ନିୟୁତ ଡଲାର ଆର୍ଥିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛି। ଧୀରେଧୀରେ କରୋନା ବ୍ୟାପୁଥିବାରୁ ଅନ୍ତର୍ଜାତୀୟସ୍ତରରେ ଏନେଇ ସଙ୍କଟ ଦେଖାଦେଇଛି। କରୋନା ମୃତ୍ୟୁ ସଂଖ୍ୟା ଏବଂ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଏକ ଚିନ୍ତାର ବିଷୟ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମହାସଚିବ ଟେଡ୍ରୋସ୍ ଆଧାନୋମ୍ ଘେବ୍ରେଇସସ୍ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟସ୍ତରରେ ଏନେଇ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁୁତ୍ୱ ପ୍ରଦାନ କରିଛନ୍ତି।