South Koreans evacuated from Wuhan, China, disembark from a chartered flight at Gimpo Airport in Seoul, South Korea, Friday, Jan. 31, 2020. South Korea sent planes to fly back home more of their nationals from the Chinese city of Wuhan, the epicenter of a new virus. (Kim Kyun-hyun/Newsis via AP)
ନୂଆଦିଲ୍ଲୀ,୨୬।୨: ଚାଇନାରେ କରୋନା ଭାଇରସ୍ ଉଗ୍ର ରୂପ ଧାରଣ କରିଥିବା ବେଳେ ଏବେ ଏହା ସାରା ବିଶ୍ୱରେ କାୟା ବିସ୍ତାର କରୁଛି। ଚାଇନାରେ ଏଥିରେ ସଂକ୍ରମିତ ହୋଇ ୨,୬୬୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୭,୬୫୮ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଭାଇରସ୍ ଚାଇନା, ଜାପାନ, ଦକ୍ଷିଣ କୋରିଆ ଓ ଇଟାଲି ପରେ ଏବେ ଇରାନକୁ ମଧ୍ୟ ବ୍ୟାପିଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି। ଏଥିରେ ଜରୁରୀ ନ ଥିଲେ ଦକ୍ଷିଣ କୋରିଆ, ଇରାନ ଓ ଇଟାଲିକୁ ଯାତ୍ରା ନ କରିବାକୁ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। କାରଣ ଏହି ଦେଶଗୁଡିକରେ କରୋନା ଭାଇରସ୍ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି। ତେଣୁ ଚଳିତ ବର୍ଷ ଫେବୃୟାରୀ ୧୦ପରେ ଯେଉଁମାନେ ଦକ୍ଷିଣ କୋରିଆ, ଇରାନ ଓ ଇଟାଲିରୁ ଯାତ୍ରା କରି ଭାରତକୁ ଫେରିଛନ୍ତି ସେମାନଙ୍କୁ ୧୪ଦିନ ପର୍ଯ୍ୟନ୍ତ ଅନ୍ୟତ୍ର ରଖାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ଏହି ଅଧିସୂଚନାରେ ଉଲ୍ଲେଖ କରାଯାଇଛି। ଏହା ପୂର୍ବରୁ ଜରୁରୀ ନ ଥିଲେ ସିଙ୍ଗାପୁରକୁ ଯାତ୍ରା ନ କରିବାକୁ ପରାମର୍ଶ ଦିଆଯାଇଥିଲା। ସୂଚନା ମୁତାବକ ଅନ୍ୟ ଦେଶରୁ ଭାରତକୁ ଫେରୁଥିବା ଯାତ୍ରୀଙ୍କୁ ବିଭିନ୍ନ ବିମାନବନ୍ଦରରେ ପ୍ରଥମେ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।