Categories: Homeକଟକ

କରୋନା ଭୟରେ ମିଳୁନି ସାଧାରଣ ସ୍ବାସ୍ଥ୍ୟସେବା

ଚୌଦ୍ୱାର,୩ା୪ (ଡି.ଏନ୍‌.ଏ): କରୋନା ଭୂତାଣୁ ବ୍ୟାପିବା ଆଶଙ୍କାରେ ସାରା ଦେଶରେ ଲକ୍‌ଡାଉନ ଘୋଷଣା ଥିବାବେଳେ ଚୌଦ୍ୱାରରେ ମଧ୍ୟ ଏହାକୁ କଡ଼ାକଡ଼ି ପାଳନ କରାଯାଇଛି। ସାଧାରଣ ଲୋକ ନିହାତି ଆବଶ୍ୟକତା ନ ଥିଲେ ପଦାକୁ ନ ବାହାରିବାକୁ ନିର୍ଦ୍ଦେଶ ରହିଛି। ଏସବୁ ଭିତରେ ନିହାତି ଜରୁରୀ ଥିବା ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହୋଇଛନ୍ତି ଚୌଦ୍ୱାର ଜନସାଧାରଣ। କରୋନା ଯୋଗୁ ଚୌଦ୍ୱାରରେ ପ୍ରାୟ ନର୍ସିଂହୋମ ବନ୍ଦ ଥିବାବେଳେ ସାଧାରଣ ଲୋକେ ଚୌଦ୍ୱାର ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାବେଳେ ଡାକ୍ତର ଅଭାବ ଥିବା ତଥା ନର୍ସିଂମାନେ ଭୟରେ ଆସୁ ନ ଥିବାରୁ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛିି। ସୂଚନାଯୋଗ୍ୟ, ଚୌଦ୍ୱାରରେ ପ୍ରାୟ ୭ଟି ଘରୋଇ ନସର୍ିଂ ହୋମ ରହିଛି। ସେଥିମଧ୍ୟରୁ ଅଧିକାଂଶ ବନ୍ଦ ଥିବାବେଳେ ଆଉ କିଛି ନର୍ସିଂ ହୋମ ଆଗରେ ମାଲିକମାନେ ବାଉଁଶ ବାନ୍ଧି ଲକଡାଉନ କରିଦେଇଛନ୍ତିି। ଫଳରେ ଲୋକେ ଜରୁରୀ ସେବାରେ ଆସୁଥିବାବେଳେ ହଇରାଣ ହେଉଛନ୍ତି। ଏ ନେଇ ଜଣେ ନସର୍ିଂ ହୋମ ମାଲିକ କୁହନ୍ତି, କରୋନାକୁ କହାର ଭୟ ନାହଁି, ଭୂତାଣୁ ଭୟରେ କର୍ମଚାରୀ ନ ଆସିବା ସହ ଡାକ୍ତର ମଧ୍ୟ ଆସୁ ନ ଥିବାରୁୁ ଏଭଳି ପରିସ୍ଥିତି ହୋଇଛି। ଏପରିସ୍ଥଳେ ଯଦି କୌଣସି ସଡ଼କ ଦୁର୍ଘଟଣା ଅବା ସାଧାରଣ ରୋଗୀଟିଏ ସାଲାଇନ ପାଇଁ ଆସିଲେ ନାନା ଅସୁବିଧା ହେବ। ଏହି ସମୟରେ ଏକମାତ୍ର ଆଶା ହେଉଛନ୍ତି ଡା.ରବୀନ୍ଦ୍ର କୁମାର ମହାପାତ୍ର। ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତଥା ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନ ଦ୍ୱାରା ପରିଚାଳିତ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ଡାକ୍ତର। ତାଙ୍କ ସହିତ ୨ଟି ନର୍ସ, ଜଣେ ଏଲ୍‌.ଟି ଓ ଜଣେ ଫାର୍ମାସିଷ୍ଟଙ୍କୁ ନେଇ ଚୌଦ୍ୱାର ସହରରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ମାଗଣା ଓଷଧ ସହ ଡାକ୍ତରୀ ଚିକିତ୍ସା ମିଳୁଥିବାରୁ ଏଠାରେ ଭିଡ଼ ଜମୁଛି। ବୁଧବାର ଦିନ ୧୧ଟା ସୁଦ୍ଧା ୮୨ଜଣ ରୋଗୀ ଡାକ୍ତରଙ୍କ ଦ୍ୱାରା ଚେକଅପ୍‌ କରାଇ ଓଷଧ ଦିଆଯାଇଥିବା ଅଫିସ ସୁତ୍ରରୁ ପ୍ରକାଶ। ପୁଣି ଅପରାହ୍ନରେ ରୋଗୀଙ୍କୁ ଦେଖିବା କାର୍ଯ୍ୟ ଜାରୀ ରହିବ ା ବର୍ତ୍ତମାନ ଚାଲିଥିବା କରୋନା ଭଳି ମହାମାରୀ ରୋଗକୁ ନେଇ ଲୋକେ ଚିନ୍ତାରେ ଥିବାବେଳେ ସାଧାରଣ ରୋଗର ଚିକିତ୍ସା ପାଇଁ ଲାଗିରହିଥିବା ସମସ୍ୟା ଉପରେ ପ୍ରଶାସନ ଦୃଷ୍ଟି ଦେବାପାଇଁ ଚୌଦ୍ୱାରବାସୀଙ୍କ ତରଫରୁ ନିବେଦନ କରାଯାଉଛି।

Share