People wearing masks on the street in Hong Kong on January 30, 2020. People queue in line to purchase protective masks outside the store. (Photo by Yat Kai Yeung/NurPhoto via Getty Images)
ନୂଆଦିଲ୍ଲୀ,୩୧।୧: ଭୟଙ୍କର ‘କରୋନା’ ଭୂତାଣୁ ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପିବାକୁ ଲାଗିଛି। ଏହି ଭାଇରସ ଏବେ ବିଶ୍ୱର ୧୮ଟି ଦେଶରେ ପହଞ୍ଚିଛି। ପରିସ୍ଥିତିକୁ ଦେଖି ଏହାକୁ ଅନ୍ତର୍ଜାତୀୟ ସ୍ବାସ୍ଥ୍ୟ ସଙ୍କଟ ଘୋଷଣା କରିଛି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)। ସମସ୍ତ ଦେଶ ଏକତ୍ର ହୋଇ ଏହି ଭୂତାଣୁର ମୁକାବିଲା କରିବା ଲାଗି ଡବ୍ଲ୍ୟୁଏଚଓ ପରାମର୍ଶ ଦେଇଛି। ବର୍ତ୍ତମାନ ସୁଦ୍ଧା ଚୀନରେ କରୋନା ଭୂତାଣୁ ଯୋଗୁ ୨୧୩ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହିତ ବିଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଛି। ସୂଚନାଯୋଗ୍ୟ, ଡିସେମ୍ବର ମାସରୁ ଚାଇନାର ଉହାନ ପ୍ରଦେଶରେ ଏହି ଭୟଙ୍କର କରୋନା ଭାଇରସ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଧୀରେଧୀରେ ଏହା ଚାଇନାର ବିଭିନ୍ନ ପ୍ରାନ୍ତ ସମେତ ଏକାଧିକ ରାଷ୍ଟ୍ରକୁ ବ୍ୟାପିବା ଆରମ୍ଭ କରିଛି।