Pharmacist accepting credit card by contactless payment. Woman purchasing products in the pharmacy. Pharmacist hands charging with credit card reader.
ନୂଆଦିଲ୍ଲୀ,୫।୩: କରୋନା ଭାଇରସ ବିଶ୍ୱର ଅଧିକାଂଶ ଦେଶରେ ପହଞ୍ଚି ସାରିଥିବା ବେଳେ ଭାରତରେ ମଧ୍ୟ ଏହା ପହଞ୍ଚି ଯାଇଛି। ସମୟ କ୍ରମେ ଭାରତରେ ଏହା କାୟା ବସ୍ତାର କରିଚାଲିଥିବା ବେଳେ ଏବେ ଏଥିରୁ ଦୂରେଇ ରହିବାକୁ ନାନା ଉପାୟ ଚିନ୍ତା କରାଯାଉଛି। କିଛି ଦେଶରେ କରୋନା ଭାଇରସଠାରୁ ଦୂରେଇ ରହିବାକୁ ଲୋକେ କରମର୍ଦ୍ଦନ କରୁ ନ ଥିବା ଦେଖାଯାଇଛି। ସେହିଭଳି ଭାରତରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଯଦି ଲୋକେ କ୍ୟାସଲେସ୍ ହୋଇଯିବେ ତେବେ କରୋନା ଭାଇରସକୁ କିଛି ପରିମାଣରେ ଦୂରେଇ ଦେଇହେବ। ଦୋକାନ ବଜାରରେ କଣ୍ଟାକ୍ଟଲେସ୍ କାର୍ଡ ବ୍ୟବହାର କଲେ ଅନେକାଂଶରେ କରୋନା ଭାଇରସକୁ ଦୂରେଇ ଦେଇହେବ ବୋଲି ସେମାନେ ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କରୋନା ଭାଇରସଠାରୁ ଦୂରେଇ ରହିବାକୁ ହେଲେ ଏଥିରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସିବା, କାହା ସହିତ ହାତ ନ ମିଳାଇବା, ହାତ ଭଲଭାବେ ଧୋଇ ଖାଦ୍ୟ ଗ୍ରହଣ କରିବା ଆଦି ନିୟମ ମାନି ଚଳିଲେ କରୋନା ଭାଇରସକୁ ଦୂରେଇ ଦେଇହେବ।