Britain's Prime Minister Boris Johnson leaves Downing Street, as the spread of coronavirus disease (COVID-19) continues. London, Britain, March 25, 2020. REUTERS/Hannah Mckay
ଓ୍ବାଶିଂଟନ,୭।୪: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କିଛିଦିନ ତଳେ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଥିଲା। ପ୍ରଥମେ ସେ ସେଲ୍ଫ ଆଇସୋଲେଶନରେ ରହିଥିବା ବେଳେ ବେଳକୁ ବେଳ ତାଙ୍କ ସ୍ବାସ୍ଥ୍ୟରେ ଅବନତି ଦେଖାଦେବାରୁ ଡାକ୍ତରୀ ଟିମ୍ଙ୍କ ପରାମର୍ଶ କ୍ରମେ ସୋମବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାସ୍ତର କରାଯାଇଛି। ଲଣ୍ଡନର ସେଣ୍ଟ ଥୋମାସ ହସ୍ପିଟାଲର ଆଇସିୟୁରେ ଏବେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାସହ ଆମେରିକା ଫାର୍ମାସ୍ୟୁଟିକାଲ କମ୍ପାନୀକୁ ବ୍ରିଟିଶ ସରକାରଙ୍କ ସହ ସମ୍ପର୍କ ରଖି ସବୁ ପ୍ରକାର ସେବା ଯୋଗାଇ ଦେବାକୁ ଟ୍ରମ୍ପ କହିଛନ୍ତି। ମିଳିଥିବା ସୂଚନାରୁ ଜଣାପଡିଛି ବୋରିଶ ଜନସନ ମଙ୍ଗଳବାର ଅକ୍ସିଜେନ ସପୋର୍ଟରେ ରହିଛନ୍ତି।