Categories: Home Leftଖେଳ

କରୋନା ଭାଇରସ ଡର: ଖାଲି ଷ୍ଟାଡିୟମରେ ଖେଳାଯିବ ଆଇଏସ୍‌ଏଲ ଫାଇନାଲ

ନୂଆଦିଲ୍ଲୀ,୧୩।୩(ପି.ଟି.)- କରୋନା ଭାଇରସ ଯୋଗୁ ବିଶ୍ୱରେ ବହୁ କ୍ରୀଡ଼ାଭିତ୍ତିକ ଇଭେଣ୍ଟ ପ୍ରଭାବିତ ହୋଇଛି। ଏଥିରୁ ଫୁଟବଲ ବାଦ୍‌ ପଡ଼ିନାହିଁ। ବିଶ୍ୱର ବହୁ ଶୀର୍ଷ ସ୍ତରୀୟ ଲିଗ୍‌ ମ୍ୟାଚ୍‌ ଏବେ ଖାଲି ଷ୍ଟାଡିୟମରେ ଖେଳାଯାଉଛି। ଏହି ଧାରାରେ ଯୋଡ଼ି ହୋଇଛି ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ଫାଇନାଲ। ଏଟିକେ ଏଫ୍‌ସି ଓ ଚେନ୍ନାଇନ ଏଫ୍‌ସି ମଧ୍ୟରେ ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଏବେ ଖାଲି ଷ୍ଟାଡିୟମରେ ଖେଳାଯିବ। ଏ ନେଇ ଗୁରୁବାର ଆୟୋଜକମାନେ ପ୍ରକାଶ କରିଛନ୍ତି। କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶ କ୍ରମେ ଲିଗ୍‌ ଆୟୋଜକ ଫୁଟବଲ ସ୍ପୋଟର୍‌ସ ଡେଭଲପମେଣ୍ଟ ଲିମିଟେଡ୍‌ (ଏଫ୍‌ଏସ୍‌ଡିଏଲ) ଏହି ନିଷ୍ପତ୍ତି ନେଇଛି।