Cumulative cases and deaths globally embed code and instructions: https://reut.rs/2OAqhFf
ବେଜିଂ,୨୧।୨: ଚାଇନାରେ କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ବିଶ୍ୱର କିଛି ଦେଶକୁ ମଧ୍ୟ ବ୍ୟାପିସାରିଛି। ତେବେ ଚାଇନାର ହୁବଇ ଅଞ୍ଚଳରେ ଗୁରୁବାର ସୁଦ୍ଧା ମୃତକଙ୍କ ସଂଖ୍ୟା ପହଞ୍ଚିଛି ୨,୧୧୪ରେ। ସେହିଭଳି ଗୁରୁବାର ୪୧୧ ନୂଆ ସଂକ୍ରମିତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଏହି ମହାମାରୀ ଚାଇନାରେ ପାଦ ରଖିଥିବା ବେଳେ ଏବେ ସୁଦ୍ଧା ସେଠାରେ ମୃତ୍ୟୁ ସଂଖ୍ୟା ୨୨ଶହ ଟପି ସାରିଲାଣି। ଏହାସହ ୭୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହୋଇଥିବା ଖବର ମଧ୍ୟ ମିଳିଛି। ଏହି କରୋନା ଭାଇରସ ପାଇଁ କୌଣସି ଟିକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନ ଥିବା ବେଳେ ଚାଇନା ଏବେ ପ୍ଲାଜମା ଟ୍ରିଟେମଣ୍ଟ ଜରିଆରେ ସଂକ୍ରମିତଙ୍କ ଚିକିତ୍ସା କରୁଛି ବୋଲି କହୁଛି। ଏହା ଏବେ ଆଉ ଚାଇନାରେ ସୀମିତ ହୋଇ ନ ଥିବା ବେଳେ ବିଶ୍ୱବାସୀ ଏହି ମହାମାରୀର ନାଁ ଶୁଣି ଏକ ପ୍ରକାର ଭୟଭିତ ହୋଇଯାଇଛନ୍ତି କହିଲେ କିଛି ଭୁଲ୍ ହେବନାହିଁ।