Trucks stand on the highway close to the border between Austria and Hungary near Bruck an der Leitha, Austria, Wednesday, March 18, 2020. Hungary has closed the border due to the new coronavirus outbreak. Only for most people, the new coronavirus causes only mild or moderate symptoms, such as fever and cough. For some, especially older adults and people with existing health problems, it can cause more severe illness, including pneumonia. (AP Photo/Ronald Zak)
ଓ୍ବାରସା,୧୮।୩: ସାରା ବିଶ୍ୱରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ବିଭିନ୍ନ ଦେଶରେ କେତେକ କଟକଣା ଜାରି କରାଯାଇଥିବା ବେଳେ ଏବେ ସରକାର ସୀମାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାରି ଭିତରେ ପୋଲାଣ୍ଡ ସରକାର ବିଦେଶୀ ଯାତ୍ରା ପାଇଁ ନିଜ ସୀମାକୁ ବନ୍ଦ କରିଦେଇଥିବା ଜଣାପଡ଼ିଛି। ଫଳରେ ଯାତାୟାତ ପାଇଁ ବାଧା ଉପୁଜିଥିବା ବେଳେ ପ୍ରାୟ ୫୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତାଜାମ୍ ହୋଇଥିବା ଦେଖିବାକୁ ମିଳିଛି। ତେବେ ରାସ୍ତାରୁ ଜାମ୍ ହଟାଇବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗୁଥିବାରୁ ଲୋକମାନଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଯାହାଦ୍ୱାରା ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ମୁତାବକ କରୋନା ଭୟ ଯୋଗୁ ପ୍ରାୟ ୮,୫୦୦ ଲୋକ ପୋଲାଣ୍ଡ ଛାଡିସାରିଲେଣି। କେତେକ ଦେଶର ଲୋକ ଏଠାରେ କାମ କରୁଥିବା ବେଳେ ଏବେ ମହାମାରୀ ପାଇଁ ସମସ୍ତେ ନିଜ ଘରୁକୁ ଫେରିଯାଉଥିବା ଜଣାପଡ଼ିଛି।