James Anderson
ଲଣ୍ଡନ, ୨୮ା୩ (ଏଏଫ୍ପି)-କରୋନା ଭାଇରସ୍ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରର ଅନ୍ତ ଘଟାଇବ ନାହିଁ ବୋଲି କହିଛନ୍ତି ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ। ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ମୁଁ ନିଜକୁ ଫିଟ୍ ରଖିବା ଲାଗି ଟିମ୍ମେଟ୍ ସହିତ ଟ୍ରେନିଂ ସେସନ ଜାରି ରଖିଛି। ୩୭ ବର୍ଷୀୟ ଆଣ୍ଡରସନ ଇତିମଧ୍ୟରେ ୫୮୪ ଟେଷ୍ଟ ଉଇକେଟ ଅକ୍ତିଆର କରିସାରିଛନ୍ତି। ଜଣେ ପେସ୍ ବୋଲର ହିସାବରେ କ୍ରିକେଟ ଖେଳର ଇତିହାସରେ ସେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର ବିବେଚିତ ହୋଇଛନ୍ତି। ମେ ମାସ ଶେଷ ସୁଦ୍ଧା ଯଦିଓ କୌଣସି କ୍ରିକେଟ ମ୍ୟାଚ ସମ୍ଭବପର ନୁହେଁ କ୍ରିକେଟକୁ ଅଲ୍ ବିଦା କରିବା କଥା ମୁଁ ଚିନ୍ତା କରିନାହିଁ। ଇଂଲଣ୍ଡ ତରଫରୁ ଆହୁରି କିଛିଦିନ ଖେଳ ଜାରି ରଖିବା ମୋର ଲକ୍ଷ୍ୟ ରହିଛି ବୋଲି ଆଣ୍ଡରସନ ପ୍ରକାଶ କରିଛନ୍ତି।