People wearing face masks cross a road as the country is hit by an outbreak of the novel coronavirus, in Shanghai, China March 2, 2020. REUTERS/Aly Song
ବେଜିଂ,୨।୩: ସାରା ବିଶ୍ୱରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏବେ ଚାଇନାରେ ଏହା ୨,୯୧୨ରେ ପହଞ୍ଚିଛି ବୋଲି କୁହାଯାଉଛି। କରୋନା ଭାଇରସ ଯୋଗୁ ହୁବଇରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସେହିପରି ଇନାରରେ କରୋନା ଭାଇରସ ଯୋଗୁ ଆଉ ୧୧ ଜଣଙ୍କ ମୃତ୍ୟୁ ହେବା ଫଳରେ ସେଠାରେ ମୃତକଙ୍କ ସଂଖ୍ୟା ୫୪ ହୋଇଛି। ସେହିପରି ରବିବାର କୋରିଆରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏବେ ସାଉଥ କୋରିଆରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨୨ ହୋଇଯାଇଥିବା ଜଣାପଡିଛି। ଏହି କରୋନା ଭାଇରସ ପାଖାପାଖି ୬୦ଟି ଦେଶକୁ ବ୍ୟାପିଥିବା ବେଳେ ଏବେ ଏହା ଆହୁରି କାୟା ବିସ୍ତାର କରି ଚାଲିଛି।