Two tourists from Argentina wearing respiratory masks walk while holding a tourist map in Piazza Duomo in Milan, on March 5. 2020. - Italy closed all schools and universities until March 15 to help combat the spread of the novel coronavirus crisis. The government decision was announced moments after health officials said the death toll from COVID-19 had jumped to 107 and the number of cases had passed 3,000. (Photo by Piero CRUCIATTI / AFP) (Photo by PIERO CRUCIATTI/AFP via Getty Images)
ରୋମ,୮।୩: କରୋନା ଭାଇରସ ଏବେ ପ୍ରାୟ ୯୪ ଦେଶକୁ ବ୍ୟାପିଥିବା ବେଳେ ସେ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନାରେ କରୋନା ଭାଇରସ ସଂକ୍ରମଣରେ ସର୍ବାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ସର୍ବାଧିକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏବେ କରୋନା ଭାଇରସ ତା’ର ଠିକଣା ବଦଳାଇ ଦେଇଛି ବୋଲି କୁହାଯାଉଛି। ଚାଇନା ବାହାରେ ଏବେ ଇଟାଲିରେ ଗୋଟିଏ ଦିନରେ ୧,୨୪୭ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫,୮୮୩ରେ ପହଞ୍ଚିଛି। ସେହିପରି ଇଟାଲିରେ କରୋନା ଭାଇରସ ସଂକ୍ରମଣରେ ଶନିବାର ସୁଦ୍ଧା ୨୩୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଏ। ଏହାକୁ ଦେଖିବା ପରେ ଏବେ କରୋନା ଭାଇରସର ନୂଆ ଠିକଣା ଇଟାଲି ବୋଲି ଆଲୋଚନା ହେଉଛି। ଅନ୍ୟପଟେ ଚାଇନାରେ ଏବେ ସଂକ୍ରମିତଙ୍କ ସଂଖ୍ୟା କମ୍ ହୋଇଥିବା ଲକ୍ଷ୍ୟ କରାଯିବା ପରେ ଏମିତି କଥା କୁହାଯାଉଛି। ଚାଇନା ପରେ ଦକ୍ଷିଣ କୋରିଆ ଓ ଇଟାଲିରେ ସର୍ବାଧିକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ ଇଟାଲି ବିଦେଶ ଗସ୍ତ ଉପରେ କଟକଣା ଲଗାଇବ ବୋଲି ଶୁଣିବାକୁ ମିଳିଛି।