କରୋନା ବଞ୍ଚାଇବ କମଳନାଥ ସରକାରଙ୍କୁ!

ଭୋପାଳ,୧୫।୩: ମଧ୍ୟପ୍ରଦେଶରେ କମଳନାଥ ସରକାର ଏବେ ସଙ୍କଟରେ। କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡିବା ପରେ ମଧ୍ୟପ୍ରଦେଶ ରାଜନୀତିରେ ଦେଖାଦେଇଛି ସଙ୍କଟ। ଏବେ କମଳନାଥ ସରକାର ଭାଙ୍ଗିବା ସ୍ଥିତିରେ ଥିବା ବେଳେ ସୋମବାର ଫ୍ଲୋର ଟେଷ୍ଟ ଦେବାକୁ କହିଛନ୍ତି ରାଜ୍ୟପାଳ ଲାଲାଜି ଟଣ୍ଡନ। ହେଲେ ଏବେ ଆଲୋଚନା ହେଲାଣି କି ରାଜ୍ୟରେ କରୋନା ଭାଇରସର ସ୍ଥିତିକୁ ଦେଖି ହୁଏତ ସୋମବାର କମଳନାଥ ସରକାର ବହୁମତ ସାବ୍ୟସ୍ତ ନ କରି ପାରନ୍ତି। କାରଣ ଜୟପୁର, ଭୋପାଳ, ବେଙ୍ଗାଲୁରୁ, ହରିୟାଣାରୁ ଆସିଥିବା ବିଧାୟକଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମନ୍ତ୍ରୀ ପିସି ଶର୍ମା ଦାବି କରିଥିବା ବେଳେ ଏହାପରେ ଫ୍ଲୋର ଟେଷ୍ଟ କରାଯାଇପାରେ ବୋଲି କୁହାଯାଉଛି। ତେଣୁ ଏହାକୁ ଦେଖି ଏବେ ଆଲୋଚନା ହେଉଛି କି ସତରେ କ’ଣ କମଳନାଥ ସରକାରଙ୍କୁ କରୋନା ବଞ୍ଚାଇ ପାରିବ।

Share