holy Bagmati River at Pashupatinath Temple complex in Kathmandu, India
ଫରିଦାବାଦ, ୨୦।୬- ହରିୟାଣାର ଜଣାଶୁଣା ସହର ଫରିଦାବାଦରେ ଶନିବାର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ସ୍ଥାନୀୟ ସିଭିଲ ହସ୍ପିଟାଲ କର୍ତ୍ତୃପକ୍ଷ କରୋନା ରୋଗୀ ଭାବି ଭୁଲରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରି ଦେଇଥିବା ଜଣାପଡ଼ିଛି। ଯେଉଁ ବ୍ୟକ୍ତିଙ୍କ ଶବଦାହ କରାଯାଇଛି ହତ୍ୟା କେସ୍ରେ ପୋଲିସ ତାଙ୍କ ଶବ ବ୍ୟବଚ୍ଛଦ ପାଇଁ ହସ୍ପିଟାଲକୁ ଆଣିଥିଲା। ଶନିବାର ସକାଳେ ପୋଲିସ ଓ ସେହି ବ୍ୟକ୍ତିଙ୍କ ପରିବାର ଯେତେବେଳେ ଶବ ବ୍ୟବଚ୍ଛଦ ପାଇଁ ହସ୍ପିଟାଲରେ ପହଞ୍ଚତ୍ଲେ ସେତେବେଳେ ଶବ ନ ଥିବା ଜଣାପଡ଼ିଥିଲା। କରୋନା ରୋଗୀଙ୍କ ଶବ ଭାବି ହସ୍ପିଟାଲ କର୍ତ୍ତୃପକ୍ଷ ଏହାକୁ ମୁନିସିପାଲଟି ଶବଦାହ କେନ୍ଦ୍ରରେ ଅନ୍ତିମ ସଂସ୍କାର କରିଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ କ୍ଷୁବ୍ଧ ପରିବାର ଲୋକେ ହସ୍ପିଟାଲରେ ପାଟିତୁଣ୍ଡ ଆରମ୍ଭ କରିବାରୁ ଡାକ୍ତରମାନେ ଭୟରେ ଗାୟବ ହୋଇଯାଇଥିଲେ। ପୁରାଦିନ ହସ୍ପିଟାଲରେ ଏଭଳି ପରିସ୍ଥିତି ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ପହଞ୍ଚତ୍ ପରିବାର ଲୋକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲା। ଶେଷରେ ପୋଲିସ ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।