କରୋନା ଟେଷ୍ଟ ବଢାଇବାକୁ ହେଲେ ଗାଇଡଲାଇନ୍‌ ବଦଳାଉ ଆଇସିଏମ୍‌ଆର୍‌: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୩।୬: ରାଜଧାନୀ ଦିଲ୍ଲୀରେ ବେଳକୁ ବେଳ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏହାର ଟେଷ୍ଟକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏମିତି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, କରୋନା ଟେଷ୍ଟ ବୃଦ୍ଧି କରିବାକୁ ଚାହୁଁଥିଲେ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମ୍‌ଆର୍‌)କୁ ତା’ର ଗାଇଡଲାଇନ୍‌ ବଦଳାଇବାକୁ କୁହାଯାଉ। କାରଣ ଆମେ ଆଇସିଏମ୍‌ଆର୍‌ର ଗାଇଡଲାଇନ୍‌କୁ ଉଲ୍ଲଂଘନ କରି ପାରିବୁ ନାହିଁ। ଆଇସିଏମ୍‌ଆର୍‌ର ସର୍ତ୍ତ ଆଧାରରେ ହିଁ ଟେଷ୍ଟ କରାଯାଇପାରିବ। ସବୁ ସରକାର ଉକ୍ତ ସର୍ତ୍ତକୁ ମାନିବାକୁ ବାଧ୍ୟ।