Categories: ଅନୁଗୋଳ

କରୋନା ଚିକିତ୍ସା ପାଇଁ ୭ ଆୟୁଷ ଡାକ୍ତର ଚୟନ

ଅନୁଗୋଳ ଅଫିସ, ୧୪।୫- ଅନୁଗୋଳ ଜିଲାରେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଏକ ସାକ୍ଷାତକାର ମାଧ୍ୟମରେ ୭ ଜଣ ଆୟୁଷ ଡାକ୍ତରଙ୍କୁ ଚୟନ କରାଯାଇଛି। ଏଥିରେ ୪ ଜଣ ହୋମିଓପାଥିକ ଓ ୩ ଜଣ ଆୟୁର୍ବେଦ ଡାକ୍ତର ରହିଛନ୍ତି। ଏହା ପୂର୍ବରୁ ଜିଲାରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ୧୬୭ ଜଣ ପାରାମେଡିକାଲ ଷ୍ଟାଫ୍‌ଙ୍କୁ ଜୁନ ମାସ ପର୍ଯ୍ୟନ୍ତ ନିଯୁକ୍ତି ଦିଆଯାଇଥିଲା। ବୁଧବାର ଅନୁଷ୍ଠିତ ଏହି ସାକ୍ଷାତକାରରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରତାପ କୁମାର ବେହେରା, ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲୀପ କୁମାର ପଟ୍ଟନାୟକ, ସମ୍ବଲପୁର ଜିଲା ହୋମିଓପାଥିକ ଅଧିକାରୀ ଡାକ୍ତର ତ୍ରିନାଥ ବାରା, ସହକାରୀ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଲାଓଚନ୍ଦ୍ର ତନ୍ତି ଓ ଡେପୁଟି କଲେକ୍ଟର ସୁବ୍ରତ ବେହେରା ଜିଲାପାଳଙ୍କ ପ୍ରତିନିଧି ଭାବେ ଉପସ୍ଥିତ ଥିଲେ।