କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମଣ ହେବ କି ନାହିଁ ତାହା ଡାକ୍ତରଙ୍କୁ ବି ଅଜଣା !

ନୂଆଦିଲ୍ଲୀ, ୧୮।୩: କରୋନା ସଂକ୍ରମଣକୁ ନେଇ ଭାରତରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। ଏହାକୁ ନେଇ କିଛି ଗୁଜବ ମଧ୍ୟ ଉଠୁଛି। ତେବେ ଏଭଳି ଗୁଜବଠାରୁ ଦୂରେଇ ରହିବା ପାଇଁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଉଛି। କରୋନାରୁ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମଣ ହେବ କି ନାହିଁ ସେ ନେଇ ନାନା ପ୍ରଶ୍ନ ଉଠୁଛି। କୁହାଯାଉଛି ଏହାର ଉତ୍ତର ଡାକ୍ତରଙ୍କୁ ବି ଅଜଣା। ଲୋକଙ୍କୁ ସ୍ବଚ୍ଛତା ବଜାୟୀ ରଖିବାକୁ ସରକାରଙ୍କ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ସଂକ୍ରମିତ ସୁସ୍ଥ ହେବା ପରେ ୨୪ ଘଣ୍ଟା ମଧ୍ୟରେ ତାଙ୍କର ନମୂନା ପରୀକ୍ଷା କରାଯାଉଛି। ଏହା ନେଗେଟିଭ୍‌ ବାହାରିଲେ ତାଙ୍କୁ ଘରକୁ ଯିବାକୁ ଅନୁମତି ଦିଆଯାଉଛି। ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪୭ରେ ପହଞ୍ଚିଥିବାବେଳେ ୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।