Nurses hold newborn babies wearing protective face shields during the coronavirus disease (COVID-19) outbreak at the Praram 9 hospital in Bangkok, Thailand, April 9, 2020. REUTERS/Athit Perawongmetha TPX IMAGES OF THE DAY
ବ୍ୟାଂକକ,୧୧।୪: ସାରା ବିଶ୍ୱରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ଲକ୍ଷେ ଟପି ଗଲାଣି। ଏହାକୁ ଦେଖି ଏବେ ସମସ୍ତେ ବେଶ୍ ସଚେତନ ହୋଇଯାଇଛନ୍ତି। ତେବେ ଥାଇଲାଣ୍ଡର କିଛି ହସ୍ପିଟାଲରେ ନବଜାତକଙ୍କୁ ଏହି ମହାମାରୀଠାରୁ ଦୂରେଇ ରଖିବାକୁ ବିଶେଷ ପଦକ୍ଷେପ ନିଆଯାଇଥିବା ଦେଖାଯାଇଛି। ଦକ୍ଷିଣ ବ୍ୟାଂକକ୍ର ସମୁକ ପ୍ରକନ ଅଞ୍ଚଳରେ ଥିବା ହସ୍ପିଟାଲରେ ଯେଉଁ ଶିଶୁ ଜନ୍ମ ନେଉଛନ୍ତି ସେମାନଙ୍କୁ କରୋନା ଭାଇରସଠାରୁ ଦୂରେଇ ରଖିବାକୁ ଏକ ମିନି ଫେସ ସିଲଡ ବା ମୁହଁ ଘୋଡାଇବା ଭଳି ଏକ ଆଧୁନିକ ମାସ୍କ ବୋଲି କୁହାଯାଇପାରେ ତାକୁ ହିଁ ବ୍ୟବହାର କରୁଛନ୍ତି। ସୂଚନାଯୋଗ୍ୟ, ଥାଇଲାଣ୍ଡରେ ଏବେ ୨ ହଜାର ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୩୩ ଜଣଙ୍କ ମୃତ୍ୟୁ ହୋଇଛି। ଏହି ସମୟରେ ନବଜାତକଙ୍କୁ ବିଶେଷ ଭାବେ ସୁରକ୍ଷା ଦେବାକୁ ହସ୍ପିଟାଲ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି।