Cumulative cases and deaths globally embed code and instructions: https://reut.rs/2OAqhFf
ବେଜିଂ,୧୪।୨: କରୋନାଭଇରସ। ଏହି ନାଁ ଏବେ ବିଶ୍ୱ ବ୍ୟାପୀ ବେଶ୍ ପରିଚିତ। ଚାଇନାରୁ ପ୍ରଥମେ ଏହି ନାଁ ଶୁଣିବାକୁ ମିଳିଥିବା ବେଳେ ଏବେ ବିଶ୍ୱବାସୀ ଏହାସହ ବେଶ୍ ଭଲଭାବେ ପରିଚିତ ହୋଇ ସାରିଲେଣି। କେବଳ ପରିଚିତ ହୋଇନାହାନ୍ତି, ଯିଏ କରୋନାଭାଇରସ ନାଁ ଶୁଣୁଛି ଭୟରେ ତା’ର ଲୋମଟାଙ୍କୁରି ଉଠୁଛି। କରୋନାଭାଇରସ ଏବେ ଚାଇନାରେ ମହାମାରୀର ରୂପ ନେଇଛି। ଚଳିତ ବର୍ଷ ଫେବୃୟାରୀ ପ୍ରାୟ ପ୍ରଥମ ସପ୍ତାହରୁ ଏହି କରୋନାଭାଇରସ ସମ୍ପର୍କରେ ସୂଚନା ମିଳିଥିବା ବେଳେ ଏବେ ଏହା ଚାଇନାର ପ୍ରାୟ ୧୪ଶହ ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ବେଳେ ପ୍ରାୟ ୬୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହୋଇଥିବା ଖବର ମିଳିଛି। ଗଣମାଧ୍ୟମ ସୂଚନାଠାରୁ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ଢେର ଅଧିକ ହେବ ବୋଲି ଆଲୋଚନା ହେଉଛି। ଆଉ ଏହାକୁ ଚାଇନା ଲୁଚାଉଛି ବୋଲି ମଧ୍ୟ କୁହାଯାଉଛି। ଏହି କ୍ରମରେ ଚାଇନା ଏବେ କହିଛି କରୋନା ଭାଇରସ ସଂକ୍ରମଣରେ ସେଠାରେ ୬ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ୧୭୧୬ ଜଣ ଏଥିରେ ଆକ୍ରାନ୍ତ ଅଛନ୍ତି।