An employee is pictured next to the logo of MWC20 (Mobile World Congress) in Barcelona, Spain February 12, 2020. REUTERS/Nacho Doce - RC27ZE9M0Q5C
ବାର୍ସିଲୋନା,୧୩।୨: କରୋନାଭାଇରସର ଭୟାବହତା ଏବେ ସାରା ବିଶ୍ୱକୁ ଏକ ପ୍ରକାର ଭୟଭିତ କରି ରଖିଛି। ଏହି ପ୍ରାଣଘାତୀ ଭୂତାଣୁ ଯୋଗୁ ପ୍ରତିଦିନ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏବେସୁଦ୍ଧା ଚାଇନାରେ କରୋନାଭାଇରସରେ ୧୩ଶହଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଏଥିରେ ସଂକ୍ରମିତ ଅଛନ୍ତି। କେବଳ ବୁଧବାର ୨୪୭ ଜଣଙ୍କ ମୃତ୍ୟୁ ହୋଇଥିଛି। ଏହାର ଭୟାବହତାକୁ ଦେଖି ସ୍ପେନର ବାର୍ସିଲୋନାରେ ହେବାକୁ ଥିବା ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦(ଏମ୍ଡବ୍ଲୁସି ୨୦୨୦)କୁ ରଦ୍ଦ କରିଦିଆଯାଇଛି। ଏହା ଫେବୃୟାରୀ ଶେଷ ସପ୍ତାହରେ ଆୟୋଜନ କରାଯାଇଥିଲା। ଏହା ବନ୍ଦ ହେବାକୁ ନେଇ ଜିଏସ୍ଏମ୍ଏର ସିଇଓ ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନାଭାଇରସ କାରଣରୁ ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦ ଆୟୋଜନ କରିବା ଅସମ୍ଭବ ହୋଇ ପଡିଛି। କାରଣ କରୋନା ଭାଇରସ ଯୋଗୁ କିଛି କମ୍ପାନୀ ଏଥିରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଚଳିତ ଥର ମୋବାଇଲ ଓ୍ବାର୍ଲଡ କଂଗ୍ରେସ ୨୦୨୦ରେ ପାଖାପାଖି ୨ଶହ ଦେଶର ୧ ଲକ୍ଷ ପ୍ରତିନିଧି ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ମୋବାଇଲ ଓ୍ବାର୍ଲଡ କଂଗ୍ରେସ ବିଶ୍ୱର ବଡ ବଡ କମ୍ପାନୀଙ୍କ ପାଇଁ ନିଜ ପ୍ରଡକ୍ଟ ଲଞ୍ଚ କରିବାର ଏହା ଅନ୍ତରାଷ୍ଟ୍ରୀୟ ପ୍ଲାଟଫର୍ମ ହୋଇଥାଏ। ଏଥିରେ ଯୋଗ ଦେବାକୁ ଥିବା କିଛି ବଡ ବଡ କମ୍ପାନୀ ଚାଇନାର ହୋଇଥିବା ବେଳେ ଏମାନଙ୍କ ବ୍ୟବସାୟ ଉପରେ ମଧ୍ୟ କରୋନାଭାଇରସର ପ୍ରଭାବ ପଡିଛି।