Barbed wire is seen laid on a deserted road during restrictions in Srinagar, August 5, 2019. REUTERS/Danish Ismail TPX IMAGES OF THE DAY - RC1714839070
ନୂଆଦିଲ୍ଲୀ,୩୦।୫: ଲକ୍ଡାଉନ୍ ୫.୦ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ଶନିବାର ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ ୧୨ ଘଣ୍ଟିଆ ରାତ୍ରକାଳୀନ କର୍ଫ୍ୟୁକୁ କୋହଳ କରାଯାଇଛି। ଏଣିକି ପ୍ରତ୍ୟେହ ରାତି ୯ଟାରୁ ସକାଳ ୫ଟା ଯାଏ, ୮ ଘଣ୍ଟା ପାଇଁ କର୍ଫ୍ୟୁ ଲାଗୁ ହେବ। ପୂର୍ବରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏ କର୍ଫ୍ୟ ଲାଗୁ ହେଉଥିଲା। ଏବେ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ। ତେବେ ଅତ୍ୟାବଶ୍ୟକ ଜିନିଷ ପାଇଁ କୌଣସିି କଟକଣା ନାହିଁ ବୋଲି କୁହାଯାଇଛି।