କଦଳୀମଞ୍ଜାରୁ ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କଲେ ଆଇଆଇଟି ଛାତ୍ର: ୧୨୧ ଥର ୨ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ,୧।୯: ଦିଲ୍ଲୀ ଆଇଆଇଟିର ୨ ଜଣ ଛାତ୍ର କଦଳୀମଞ୍ଜାରୁ ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ୧୨୧ ଥର ୨ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ। ଏହାର ଦାମ ୧୯୯ଟଙ୍କା ରଖାଯାଇଛି। ଏହା ଗ୍ରାମୀଣ ମହିଳାଙ୍କ ପାଇଁ ବେଶ୍‌ ଉପଯୋଗ ହେବ ବୋଲି ସେମାନେ କହିଛନ୍ତି। ୨ ବର୍ଷରେ ଗ୍ରାମୀଣ ମହିଳା ସାନିଟାରୀ ପ୍ୟାଡ୍‌ ପାଇଁ ହାରାହାରି ୧୮ଶହ ଟଙ୍କା କରିଥାନ୍ତି। ଏହି ନୂତନ ସାନିଟାରୀ ପ୍ୟାଡ୍‌ ଦ୍ୱାରା ସେମାନଙ୍କର ସଞ୍ଚୟ ହୋଇପାରିବ। ସେହିପରି ବର୍ଜ୍ୟବସ୍ତୁ ଭାବେ ବର୍ଷକୁ ଜମା ହେଉଥିବା ଏକ ଲକ୍ଷ ଆଠ ହଜାର ଟନ୍‌ ସାନିଟାରୀ ପ୍ୟାଡ୍‌ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ। ଦିଲ୍ଲୀ ଆଇଆଇଟିର ଟେକ୍ସଟାଇଲ୍‌ ଇଞ୍ଜିନିୟରିଂର ଚତୁର୍ଥ ବର୍ଷ ଛାତ୍ର ଅର୍ଚ୍ଚିତ ଅଗ୍ରଓ୍ବାଲ ଏବଂ ହୈରି ସେହରାଓ୍ବତ୍‌ ଏନେଇ ଏକ ଷ୍ଟାର୍ଟଅପ୍‌ ଆରମ୍ଭ କରିଛନ୍ତି।