West Bengal, Nov 06 (ANI): Home Minister Amit Shah addresses media during a press conference, in Kolkata on Friday. (ANI Photo)
ବେଙ୍ଗାଲୁରୁ,୧୭।୧: କେନ୍ଦ୍ର ସ୍ବରାଷ୍ଟ୍ର୍ୟ ମନ୍ତ୍ରୀ ଅମିତ ଶାହା ରବିବାର କଂଗ୍ରେସ ଉପରେ ବର୍ଷିଛନ୍ତି। କର୍ନାଟକର ବଗାଲକୋଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବାବେଳେ ସେ କହିଛନ୍ତି ଯେ,କଂଗ୍ରେସକୁ ଆଦୌ ବିଶ୍ୱାସ କରନ୍ତୁ ନାହିଁ, ଟିକା ନେବା ସମୟ ଯେତେବେଳେ ଆସିବ ସେତେବେଳେ ଟିକା ନେବାକୁ ଯାଆନ୍ତୁ। କଂଗ୍ରେସ ନେତାମାନେ ଏହି ଟିକା ଉପରେ ପ୍ରଶ୍ନ କରୁଛନ୍ତି। ମୁଁ ଜାଣେ ସେମାନେ ବିରୋଧ ବ୍ୟତୀତ ଅନ୍ୟ କିଛି କରିପାରିବେ ନାହିଁ କିନ୍ତୁ ଅନ୍ତତଃପକ୍ଷେ ଯେଉଁମାନେ ଟିକା ପାଇଁ ଯାଉଛନ୍ତି ସେମାନଙ୍କୁ ଅଟକାନ୍ତୁ ନାହଁି। ମୁଁ ଆପଣଙ୍କୁ ନିଶ୍ଚିତ କରୁଛି ଯେ ଭାରତରେ ବିକଶିତ ଉଭୟ ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ କଂଗ୍ରେସ ନେତାମାନଙ୍କୁ ପଚାରିବାକୁ ଚାହେଁ, ତୁମେ ୪ ପିଢି ପର୍ଯ୍ୟନ୍ତ ଦେଶ ଶାସନ କରିଛ, ଗରିବ ମହିଳାଙ୍କ ଘରେ ଏଲପିଜି କାହିଁକି ଯୋଗାଇନାହଁ? ଗରିବଙ୍କ ପାଇଁ ଶୌଚାଳୟ, ବିଦ୍ୟୁତ, ଘର, ଆୟୁଷ୍ମାନ ଭାରତ ଯୋଜନା କାହିଁକି ନ ଥିଲା? କାରଣ ସେମାନେ ଦାରିଦ୍ର୍ୟ ଦୂର କରିବାକୁ ଚାହୁଁ ନ ଥିଲେ ବୋଲି ଶାହା କହିଛନ୍ତି।