କଂଗ୍ରେସ ଅଧ୍ୟକ୍ଷ ଦୌଡ: ଆଗରେ ଗେହଲଟ

ନୂଆଦିଲ୍ଲୀ,୨୦।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ରାହୁଲ ଗାନ୍ଧୀଙ୍କ ସ୍ଥାନ ନେଇ ପାରନ୍ତି ବୋଲି ଆଲୋଚନା ହେଉଛି। ରାହୁଲଙ୍କ ପରେ ସେ କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳିବେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ରାହୁଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଅଡି ବସିଥିବା ବେଳେ ବହୁ ବୁଝାସୁଝା ପରେ ସେ ଏହି ପଦରେ ଏପର୍ଯ୍ୟନ୍ତ ରହିଛନ୍ତି। ହେଲେ ଗେହଲଟ ଯଦି କଂଗ୍ରେସ ଅଧ୍ୟକ୍ଷ ପଦ ସମ୍ଭାଳନ୍ତି ତେବେ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚ୍ଚିନ ପାଇଲଟ ହୁଏତ ମୁଖ୍ୟମନ୍ତ୍ରୀ ଆସନରେ ବସିପାରନ୍ତି।