କଂଗ୍ରେସର ବନ୍ଦ ଡାକରା ପ୍ରଭାବ: ଚାଲି ଚାଲି ପରୀକ୍ଷା କେନ୍ଦ୍ରକୁ ଆସିଲେ ଛାତ୍ରୀଛାତ୍ର

ଦାରିଙ୍ଗବାଡି, ୧୭ ।୭ (ଅରୁଣ ସାହୁ)-ସାରା ରାଜ୍ୟରେ ଗୁରୁବାର ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ଶାଖା ବନ୍ଦ ଡାକରା ଦେଇଥିବାବେଳେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ତେବେ ଦାରିଙ୍ଗବାଡି ସରକାରୀ ଆଇଟିଆଇରେ ପୂର୍ବ ନିର୍ଦ୍ଧାରିତ ପ୍ରକାରେ ଗୁରୁବାରଠାରୁ ପ୍ରଥମବର୍ଷ ଛାତ୍ରୀଛାତ୍ରଙ୍କ ପ୍ରାକ୍ଟିକାଲ ପରୀକ୍ଷା ରହିଥିଲା।

ତେବେ ବହୁ ଦୂରଦୂରାନ୍ତରୁ ଛାତ୍ରୀଛାତ୍ରମାନେ ଚାଲି ଚାଲି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଛାତ୍ରାବାସର ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଂଚିଯାଇଥିବା ବେଳେ ଡେସକଲାର ଛାତ୍ରୀଛାତ୍ରମାନଙ୍କୁ ଏହି ପରୀକ୍ଷାରେ ଯୋଗଦେବାକୁ କସରତ କରିବାକୁ ପଡିଛି। ପ୍ରଥମ ବର୍ଷର ମୋଟ ୯୫ ଜଣ ଶିକ୍ଷାର୍ଥୀ କମ୍ପ୍ୟୁଟର ଇଲେକ୍ଟ୍ରିସିଆନ, ରେଫ୍ରିଜେଟର ଓ ଏସି ଏବଂ ଫିଟର ବିଭାଗର ଛାତ୍ରୀଛାତ୍ର ରହିଥିବାବେଳେ ୮୮ ଜଣ ଏହି ପରୀକ୍ଷା ଦେବାକୁ ଫର୍ମ ଫିଲପ କରିଥିଲେ। ତେବେ କିଛି ଛାତ୍ରୀଛାତ୍ର ପହଞ୍ଚି ନ ପାରି ଫୋନରେ ଆଇଟିଆଇର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଫୋନ ଯୋଗେ ଜଣାଇଥିଲେ। ସେମାନଙ୍କୁ ଆସନ୍ତା ୩ ଦିନ ମଧ୍ୟରେ ଆସି ପରୀକ୍ଷା ଦେବାକୁ ଆଇଟିଆଇର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ସୁଯୋଗ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ।

Share