Categories: ଅନୁଗୋଳ

ଓ୍ବେଲଫେୟାର କମିଟିର ସହଯୋଗ

ବଅଁରପାଳ, ୨୨ା୯(ଡି.ଏନ.ଏ.) – ଅନୁଗୋଳ ଜିଲା ନାଲ୍‌କୋନଗରରେ ଚାଲିଥିବା ବିଶ୍ୱକମର୍ର୍ା ପୂଜାରେ ଜନ ସମାଗମ ଲାଗି ରହିଛି। ୨୩ ମଣ୍ଡପରେ ପ୍ରଭୁଙ୍କ ପୂଜା ଚାଲିଛି। ଶାନ୍ତି ଶୃଙ୍ଖଳା ପାଇଁ ନାଲ୍‌କୋ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ନାଲ୍‌କୋ ଓ୍ବେଲ ଫେୟାର କମିଟି ପକ୍ଷରୁ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଆୟୋଜନ କରାଯାଇଛି। ପାନୀୟଜଳ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ସୁବିଧା କମିଟି ପକ୍ଷରୁ ଯୋଗାଇ ଦିଆଯାଉଛି। ନାଲ୍‌କୋ ମାନବସମ୍ବଳ ମହାପ୍ରବନ୍ଧକ ଏସ୍‌ ଏନ ସାହୁ ଶନିବାର ମୁଖ୍ୟଅତିଥି ଭାବେ ଏହି କଣ୍ଟ୍ରୋଲ ରୁମରେ ଯୋଗ ଦେଇଥିଲେ। କମିଟି ଅଧ୍ୟକ୍ଷ ରାଜାରାମ ମିଶ୍ର କୋଅର୍ଡ଼ିନେଟର କେ. କେ. ବେହେରା, ହେମନ୍ତ ପ୍ରଧାନ, ମଣିରଞ୍ଜନ ପଟ୍ଟନାୟକ ପ୍ରମୁଖ ସହଯୋଗ କରୁଛନ୍ତି।