David Joel Williams of ATK received Hero of the month award during match 19 of the Indian Super League ( ISL ) between ATK and Jamshedpur FC held at the Vivekaward ananda Yuba Bharati Krirangan, Kolkata, India on the 9th November 2019. Photo by: Saikat Das/ SPORTZPICS for ISL
ମୁମ୍ବାଇ,୧୦।୧୧(ପି.ଟି.)- ଅଷ୍ଟ୍ରେଲିଆ ପେସାଦାର ପୁଟବଲର ଡେଭିଡ ଓ୍ବିଲିୟମ୍ସ ଅକ୍ଟୋବର ମାସ ପାଇଁ ଇଣ୍ଡିଆନ ସୁପର ଲିଗ (ଆଇଏସ୍ଏଲ୍) ହିରୋ ଅଫ୍ ଦି ମନ୍ଥ ପୁରସ୍କାର ହାସଲ କରିଛନ୍ତି। ଭାରତର ଏହି ଶ୍ରେଷ୍ଠ ଫୁଟବଲ୍ ଲିଗ୍ର ଏହି ପୁରସ୍କାର ଦୌଡ଼ରେ ୩୧ ବର୍ଷୀୟ ଓ୍ବିଲିୟମ୍ସଙ୍କ ସମେତ କେରଳ ବ୍ଲାଷ୍ଟର୍ସର ବାର୍ଥୋଲୋମ୍ୟୁ ଓଗବେଚେ, ଦୁଇଥର ଗୋଲ୍ଡେନ ବୁଟ୍ ବିଜେତା ଏଫ୍ସି ଗୋଆର ପେରାନ କୋରୋମିନାସ, ଜାମସେଦପୁରର ସର୍ଗିଓ କ୍ୟାସଲ ଓ ମୁମ୍ବାଇ ସିଟି ଏଫ୍ସିର ଅମରିନ୍ଦର ସିଂ ସାମିଲ ରହିଥିଲେ।
ଗତ ମାସରେ ଅସାଧାରଣ ପ୍ରଦର୍ଶନ ପାଇଁ ଓ୍ବିଲିୟମ୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନିଜର ନୂଆ କ୍ଲବ ଏଟିକେ ପାଇଁ ସେ ୩ଟି ଗୋଲ କରିବା ସହ ଗୋଟିଏ ଗୋଲରେ ସହାୟତା ପ୍ରଦାନ କରିଥିଲେ। ଓ୍ବିଲିଙ୍ଗ୍ଟନ ଫୋନିକ୍ସ ପାଇଁ ପୂର୍ବରୁ ଷ୍ଟ୍ରାଇକର ହିସାବରେ ଖେଳିଥିବା ହାଇଦ୍ରାବାଦ ଏଫ୍ସି ବିପକ୍ଷରେ ଦୁଇଟି ଗୋଲ ସ୍କୋର କରିଥିଲେ ଓ ଏଥିରେ ଏଟିକେ ୫-୦ ଗୋଲରେ ବିଜୟ ହାସଲ କରିଥିଲା। ସେହିପରି ଚେନ୍ନାଇନ୍ ବିପକ୍ଷ ଆଓ୍ବେ ମ୍ୟାଚ୍ରେ ସେ ବିଜୟସୂଚକ ଗୋଲ ସ୍କୋର କରିଥିଲେ। ୭ଜଣ ଏକ୍ସପର୍ଟଙ୍କୁ ନେଇ ଗଠିତ ପ୍ୟାନେଲ ତାଙ୍କୁ ଏହି ପୁରସ୍କାର ପାଇଁ ବିନା ଦ୍ୱିଧାରେ ଚୟନ କରିଥିଲେ। ତେବେ ଦୁଇଦିନ ଧରି ହୋଇଥିବା ମତଦାନରେ ପ୍ରଶଂସକମାନେ ଓଗବେଚେଙ୍କୁ ଅଧିକ ପସନ୍ଦ କରିଥିଲେ। ତେବେ ପ୍ୟାନେଲର ପ୍ରଥମ ପସନ୍ଦ ଥିଲା ଓ୍ବିଲିୟମ୍ସ। ସେ ଶନିବାର ଜାମସେଦପୁଣ ଏଫ୍ସି ବିପକ୍ଷ ଘରୋଇ ମ୍ୟାଚ୍ ପୂର୍ବରୁ ନିଜ କୋଚ ଆଣ୍ଟୋନିଓ ହାବାସଙ୍କ ହାତରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଅଷ୍ଟ୍ରେଲିଆ ବ୍ରୋସବେନ୍ରେ ଜନ୍ମିତ ଓ୍ବିଲିୟମ୍ସ ବିଶ୍ୱର ଏକାଧକ କ୍ଲବ ସହ ଜଡିତ ରହିଆସିଛନ୍ତି। କୁଇନ୍ସଲାଣ୍ଡ ରୋର ସହିତ ସେ ତାଙ୍କର ପ୍ରଥମ ପେସାଦାର ଚୁକ୍ତି କରିଥିଲେ। ସେ ଏକାଧିକ ଏ- ଲିଗ୍ ସାଇଡ ତରଫରୁ ଖେଳିଛନ୍ତି। ସେ ୟୁରୋପିଆନ କ୍ଲବ ବ୍ରୋଣ୍ଡବାଇ ଓ ହାଲାଡାସ ପାଇଁ ମଧ୍ୟ ଖେଳିଛନ୍ତି।