London: Serbia's Novak Djokovic serves to Spain's Roberto Bautista Agut in a Men's singles semifinal match on day eleven of the Wimbledon Tennis Championships in London, Friday, July 12, 2019. AP/PTI(AP7_12_2019_000160B)
ଲଣ୍ଡନ, ୧୩।୭(ପି.ଟି.)- ବର୍ଷର ତୃତୀୟ ଗ୍ରାଣ୍ଡସ୍ଲାମ୍ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ ଟେନିସର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ରବିବାର ଟାଇଟଲ ପାଇଁ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଟପ୍ ସିଡ ସର୍ବୀୟ ତାରକା ନୋଭାକ ଜୋକୋଭିଚ୍ ଓ ଦ୍ୱିତୀୟ ସିଡ୍ ସୁଇଜରଲାଣ୍ଡର ରୋଜର ଫେଡରର ପରସ୍ପରକୁ ଭେଟିବେ।
ଗତଥରର ଚାମ୍ପିୟନ ଜୋକୋଭିଚ୍ ସେମିଫାଇନାଲରେ ଶୁକ୍ରବାର ସ୍ପେନ୍ର ୨୩ତମ ସିଡ୍ ରୋବେର୍ଟୋ ବତିସ୍ତା ଅଗୁଟଙ୍କୁ ୬-୨, ୪-୬, ୬-୩, ୬-୨ ସେଟରେ ପରାସ୍ତ କରି ଫାଇନାଲକୁ ଉଠିଛନ୍ତି। ଏଥିସହିତ ଜୋକୋଭିଚ୍ ଷଷ୍ଠଥର ପାଇଁ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟ ଫାଇନାଲ ଟିକେଟ ହାସଲ କରିଛନ୍ତି। ବିଶ୍ୱର ୧ ନମ୍ବର ଖେଳାଳି ଜୋକୋଭିଚ୍ଙ୍କୁ ଏହି ମ୍ୟାଚ୍ ଜିତିବା ପାଇଁ ବେଶ୍ କଷ୍ଟ କରିବାକୁ ପଡିଥିଲା। ମୋଟ ଉପରେ ୩୨ ବର୍ଷୀୟ ଜୋକୋଭିଚ୍ କ୍ୟାରିୟରରେ ୨୫ତମ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି। ଏଥର ସଫଳ ହେଲେ ସେ ପଞ୍ଚମ ଓ୍ବିମ୍ବେଲଡନ ଟାଇଟଲ ଜିତିବେ।
ଅପରପକ୍ଷରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଦ୍ୱିତୀୟ ସିଡ୍ ମାନ୍ୟତା ପାଇଥିବା ଫେଡରର ୭-୬, ୧-୬, ୬-୩, ୬-୪ ସେଟରେ ସ୍ପେନ୍ ତାରକା ତୃତୀୟ ସିଡ ରାଫାଲ ନାଡ଼ାଲଙ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ଫେଡରର ୧୨ଥର ପାଇଁ ଓ୍ବିମ୍ବେଲଡ଼ନ ଫାଇନାଲରେ ପ୍ରବେଶ କରିଛନ୍ତି। ପୂର୍ବରୁ ଫେଡରର ୮ଥର ଓ୍ବମ୍ବେଲଡ଼ନ ଟାଇଟଲ ହାସଲ କରିସାରିଛନ୍ତି।