August 24, 2019, Winston-Salem, NC: Hubert Hurkacz (POL)
ଲସ ଏଞ୍ଜେଲ୍ସ, ୨୫।୮(ଏଏଫ୍ପି)- ପୋଲାଣ୍ଡ ତରାକା ଟେନିସ ଖେଳାଳି ହୁବର୍ଟ ହୁର୍କାଜ ଏଠାରେ ଖେଳଯାଇଥିବା ଓ୍ବିନ୍ଷ୍ଟନ ସାଲେମ ଓପନ୍ ଟେନିସ୍ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚ୍ରେ ହୁରକାଜ୍ ଟପ୍ ସିଡ ମାନ୍ୟତା ପାଇଥିବା ଫ୍ରାନ୍ସର ବେନୋଇଟ୍ ପାଇରେଙ୍କୁ ୬-୩, ୩-୬, ୬-୩ ସେଟରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇବା ସହ କ୍ୟାରିୟରର ପ୍ରଥମ ଏଟିପି ଟାଇଟଲ ହାସଲ କରିଛନ୍ତି। ୧୯୮୨ ପରେ ପୋଲାଣ୍ଡର ପ୍ରଥମ ଖେଳାଳିଭାବେ ୨୨ ବର୍ଷୀୟ ହୁର୍କାଜ କୌଣସି ଟୁର ସିଙ୍ଗଲ୍ସ ଇଭେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ଶେଷଥର ପାଇଁ ପୂର୍ବତନ ପୋଲାଣ୍ଡ ଟେନିସ୍ ଖେଳାଳି ଓ୍ବଜଟେକ ଫିବାକ ୧୯୮୨ରେ ଡବ୍ଲ୍ୟୁସିଟି ଚିକାଗୋ ଟାଇଟଲ ହାସଲ କରିଥଲେ। ଏଥିସହ ୨୦୧୯ରେ ହୁରକାଜ ୧୪ତମ ନବାଗତ ଖେଳାଳି ଭାବେ କୌଣସି ଏଟିପି ଟୁର ଟାଇଟଲ ହାସଲ କରିଛନ୍ତି। ଫାଇନାଲରେ ବିଜୟୀ ହେବା ପୂର୍ବରୁ ହୁରକାଜ ପୂର୍ବରୁ ଟୁର୍ନାମେଣ୍ଟରେ ୧୬ତମ ସିଡ ଫେଲିସିଆନୋ ଲୋପେଜ, ଦଶମ ସିଡ ଫ୍ରାନ୍ସେସ୍ ଟିଆଫୋ ଓ ଦ୍ୱିତୀୟ ସିଡ ଡେନିସ୍ ଶାପୋଭାଲୋଭଙ୍କୁ ପରାସ୍ତ କରିଥିଲେ। ଏଟିପି ଟୁର ଇଭେଣ୍ଟ ଟାଇଟଲ ଜିତିଥିବାରୁ ହୁରକାଜ ଖୁସି ଜାହିର କରିଛନ୍ତି। ଏହି ସପ୍ତାହ ମୋ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି।