BRISTOL, ENGLAND - MAY 28: Shai Hope of West Indies acknowledges the applause the end of his innings of 101 runs during the ICC Cricket World Cup 2019 Warm Up match between West Indies and New Zealand at Bristol County Ground on May 28, 2019 in Bristol, England. (Photo by Andy Kearns/Getty Images)
ବ୍ରିଷ୍ଟଲ,୨୯।୫(ଏଏଫ୍ପି)- ସ୍ଥାନୀୟ କାଉଣ୍ଟି ଗ୍ରାଉଣ୍ଡରେ ମଙ୍ଗଳବାର ଅନୁଷ୍ଠିତ ବିଶ୍ୱକପ୍ର ଅନ୍ୟ ଏକ ହାଇସ୍କୋରିଂ ଅଭ୍ୟାସ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜ୍ ୯୧ ରନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଓ୍ବେଷ୍ଟଇଣ୍ଡିଜ୍ ସାଇ ହୋପ୍ଙ୍କ ୧୦୧ରନର ଶତକୀୟ ପାଳି ବଳରେ ୪୯.୨ ଓଭରରେ ୪୨୧ ରନକରି ଅଲଆଉଟ୍ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ୪୭.୨ ଓଭରରେ ୩୩୦ ରନକରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ନ୍ୟୁଜିଲାଣ୍ଡ ତରଫରୁ ଟମ୍ ବ୍ଲଣ୍ଡେଲ ୧୦୬ ରନର ଶତକୀୟ ପାଳି ଖେଳିଥିଲେ। ବୋଲିଂରେ ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟ ସର୍ବାଧିକ ୪, ମ୍ୟାଟ ହେନେରି ୨ ଉଇକେଟ ନେଇଥିଲେ। ସେହିପରି ଓ୍ବେଷ୍ଟଇଣ୍ଡିଜ ତରଫରୁ ବୋଲିଂରେ କାର୍ଲୋସ୍ ବ୍ରାଥଓ୍ବେଟ ୩ , ଫାବିଆନ ଆଲେନ ୨ ଉଇକେଟ ଅକ୍ତିଆର କରିଥିଲେ।