MELBOURNE, AUSTRALIA - FEBRUARY 10: Ellyse Perry (L) winner of the Belinda Clark Award poses with David Warner, winner of the Allan Border Medal during the 2020 Cricket Australia Awards at Crown Palladium on February 10, 2020 in Melbourne, Australia. (Photo by Daniel Pockett/Getty Images)
ମେଲବୋର୍ନ, ୧୦।୨ (ପି.ଟି.)- କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ ଏହାର ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ଡେଭିଡ୍ ଓ୍ବାର୍ନର ୩ୟ ଥର ଲାଗି ଆଲାନ ବର୍ଡର ପଦକ ଜିତିଛନ୍ତି। ସେହିଭଳି ମହିଳା କ୍ରିକେଟ୍ ଦଳର ଷ୍ଟାର୍ ଅଲ୍ରାଉଣ୍ଡର ଏଲିସେ ପେରୀ ‘ବେଲିଣ୍ଡା କ୍ଲାର୍କ’ ପୁରସ୍କାର ହାସଲ କରିଛନ୍ତି। ପେରୀ ୨ୟ ଥର ଲାଗି ଏହି ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି। ଓ୍ବାର୍ନରଙ୍କୁ ମଧ୍ୟ ବର୍ଷର ଶ୍ରେଷ୍ଠ ଅଷ୍ଟ୍ରେଲିଆ ଟି୨୦ କ୍ରିକେଟର୍ ପୁରସ୍କାର ମିଳିଛି।
କ୍ରିକେଟ୍ ଦଳର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍ଙ୍କୁ ଭୋଟିଂରେ ପରାସ୍ତ କରି ଓ୍ବାର୍ନର ଏହି ସମ୍ମାନଜନକ ପୁରସ୍କାର ଜିତିଛନ୍ତି। ଗତ ବର୍ଷ ଏହି ପୁରସ୍କାର ବିଜେତା ପ୍ୟାଟ୍ କୁମିନ୍ସଙ୍କୁ ଏଥର ୩ୟ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ୨୦୧୮ ମାର୍ଚ୍ଚରେ କେପ୍ ଟାଉନ୍ରେ ହୋଇଥିବା ବହୁଚର୍ଚ୍ଚିତ ବଲ୍ ଟ୍ୟାମ୍ପରିଂ ମାମଲାରେ ଏକ ବର୍ଷ ବାସନ୍ଦାଦେଶ ଭୋଗିବା ପରେ ଓ୍ବାର୍ନର ଗତ ବର୍ଷ କ୍ରିକେଟ୍କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଏଥିପୂର୍ବରୁ ସେ ୨୦୧୬ ଓ ୨୦୧୭ରେ ଏହି ପୁରସ୍କାର ଲାଭ କରିଥିଲେ। ଏଥିସହ ଦୁଇ ବା ତତୋଧିକଥର ଆଲାନ ବର୍ଡର ପଦକ ଜିତିବାରେ ଓ୍ବାର୍ନର ଏଲିଟ୍ କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବରୁ ରିକି ପଣ୍ଟିଂ, ମାଇକେଲ କ୍ଲାର୍କ, ଶେନ୍ ଓ୍ବାଟ୍ସନ ଓ ସ୍ମିଥ୍ ଏକାଧିକ ଥର ଏହି ପୁରସ୍କାର ହାସଲ କରିଛନ୍ତି। ଅପରପକ୍ଷରେ ଆଲିସା ହେଲୀଙ୍କୁ ବର୍ଷର ଶ୍ରେଷ୍ଠ ଅଷ୍ଟ୍ରେଲିଆ ଦିନିକିଆ ଓ ଟି୨୦ ଖେଳାଳି ପୁରସ୍କାର ଜିତିଛନ୍ତି।
ଅଷ୍ଟ୍ରେଲିଆ କ୍ରିକେଟ୍ ପୁରସ୍କାର
ବର୍ଷର ଶ୍ରେଷ୍ଠ ପୁରୁଷ ଦିନିକିଆ କ୍ରିକେଟର୍- ଆରୋନ୍ ଫିଞ୍ଚ୍
ର୍ବରେ ଶ୍ରେଷ୍ଠ ମହିଳା ଦିନିକିଆ କ୍ରିକେଟର୍- ଆଲିସା ହେଲୀ
ବର୍ଷର ଶ୍ରେଷ୍ଠ ପୁରୁଷ ଟେଷ୍ଟ କ୍ରିକେଟର୍- ମାର୍ନସ ଲାବୁସେନ
ବର୍ଷର ଶ୍ରେଷ୍ଠ ଘରୋଇ ପୁରୁଷ କ୍ରିକେଟର୍- ଶନ୍ ମାର୍ଶ
ବର୍ଷର ଶ୍ରେଷ୍ଠ ପୁରୁଷ ଟି୨୦ କ୍ରିକେଟର୍- ଡେଭିଡ୍ ଓ୍ବାର୍ନର
ବେଲିଣ୍ଡା କ୍ଲାର୍କ ପୁରସ୍କାର- ଏଲିସେ ପେରୀ
ଆଲାନ ବର୍ଡର ପଦକ- ଡେଭିଡ୍ ଓ୍ବାର୍ନର