Categories: Home Leftଖେଳ

ଓସିଏ ସମ୍ପାଦକ ସଞ୍ଜୟ

ଭୁବନେଶ୍ୱର,୨୭।୯(ସ୍ପୋଟର୍‌ସ ବ୍ୟୁରୋ): ବହୁ ପ୍ରତୀକ୍ଷିତ ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ନିର୍ବାଚନ ଶୁକ୍ରବାର ଶେଷ ହୋଇଛି। ବରିଷ୍ଠ କ୍ରୀଡ଼ା ପ୍ରଶାସକ ତଥା ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଗୋଷ୍ଠୀ କ୍ଲିନ ସୁଇପ୍‌ କରିଛି। ସଭାପତି ପଦରେ ପଦ୍ମଲୋଚନ ମହାନ୍ତି ନିର୍ବାଚିତ ହୋଇଛନ୍ତି। ସେ ପ୍ରଦୀପ ଚୌହାନଙ୍କୁ ହରାଇଛନ୍ତି। ଓସିଏର ସବୁଠୁ ଗୁରୁତ୍ୱପୂର୍ଣ୍ଣ ପଦ କୁହାଯାଉ ଥିବା ସମ୍ପାଦକ ପଦରେ ଆଶୀର୍ବାଦଙ୍କ ପୁଅ ସଞ୍ଜୟ ବେହେରା ନିର୍ବାଚିତ ହୋଇଛନ୍ତି।
ମୋଟ ୭୩ ଭୋଟରୁ ସଞ୍ଜୟଙ୍କୁ ୪୫ ଖଣ୍ଡ ଭୋଟ ମିଳିଥିଲା। ତାଙ୍କ ପ୍ରତୀଦ୍ୱନ୍ଦ୍ୱୀ ନବରଞ୍ଜନ ପଟ୍ଟନାୟକଙ୍କୁ ମାତ୍ର ୨୫ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିଭଳି ଉପସଭାପତି ପଦରେ ଅକ୍ଷୟ ସାମନ୍ତ, ଯୁଗ୍ମ ସମ୍ପାଦକ ପଦରେ ମେହତାବ ଖାନ୍‌ ଓ କୋଷାଧ୍ୟକ୍ଷ ପଦରେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି।

Share