?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????
ଆରଡ଼ି, ୭।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ବଡ଼ଓଳଗ ଓ ସାନଓଳଗରେ ବିଲ୍ବବରଣଠାରୁ ଚାଲିଛି ମା’ ଦୁର୍ଗାଙ୍କ ପୂଜା। ସୋମବାର ମହାନବମୀରେ ମା’ଙ୍କ ପାଖରେ ଚଣ୍ଡି ଓ ହୋମ କରାଯାଇଥିଲା। ଏଠାରେ ମଣ୍ଡପରେ ରଖାଯାଇ ପୂଜା ହେଉଥିବା ବାଡ଼ି ଓ ଖଣ୍ଡାରେ ପୂଜକ ବିଧି ମୁତାବକ ସିନ୍ଦୂର ଲଗାଇଥିଲେ। ଏହି ସିନ୍ଦୂର ଲଗା ପର୍ବ ଦେଖିବାକୁ ଉଭୟ ଗ୍ରାମରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। କଥିତ ଅଛି ଯେ, ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ମହାନବମୀରେ ରାବଣକୁ ମାରିବା ପାଇଁ ନିଜ ଅସ୍ତ୍ରକୁ ସିନ୍ଦୂର ଲଗାଇ ଅନ୍ତିମ ପୂଜା କରିଥିଲେ। ଦଶହରାରେ ସେହି ଅସ୍ତ୍ରରେ ସେ ରାବଣକୁ ବଧ କରିଥିଲେ। ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ପ୍ରାୟ ୪ ଶହ ବର୍ଷ ହେବ ୨ ଗଁାରେ ବସବାସ କରୁଥିବା କ୍ଷତ୍ରୀୟମାନେ ଦୁର୍ଗାଦେବୀଙ୍କୁ ପୂଜା କରୁଛନ୍ତି। ଏଥିସହ ନିଜ ଘରେ ରଖାଯାଇଥିବା ବାଡ଼ି, ଖଣ୍ଡା, ତେଣ୍ଟା, ଧୁଶର ଆଦି ଅସ୍ତ୍ରଶସ୍ତ୍ର ବଂଶାନୁକ୍ରମେ ପୂଜା ହୋଇଆସୁଛି। ଖାଲି ସେତିକି ନୁହେଁ ଦଶହରାରେ ପୂଜା ପାଉଥିବା ଖଣ୍ଡା ଓ ବାଡ଼ିକୁ ଆଣି ଗଁାର ପିଲା, ଯୁବକ ଓ ବୃଦ୍ଧମାନେ ବାଦ୍ୟର ତାଳେ ତାଳେ ବୁଲାଇଥାନ୍ତି। ଅପରାହ୍ନରେ ଦଶହରା ପଡ଼ିଆରେ ଧନୁଶର ଆଣି ୨ ଗଁାର ଯୁବକ ୧୦୦ ମିଟର ବ୍ୟବଧାନରେ ପୋତା ଯାଇଥିବା କଦଳୀ ଗଛକୁ ଲକ୍ଷ୍ୟ କରି ତୀର ମାରି ନିଜ ବଂଶ ପରମ୍ପରାକୁ ବଜାୟ ରଖନ୍ତି।