Categories: Home Leftଖେଳ

ଓଲଟା ବ୍ୟାଟ ଧରି ରନ୍‌ ନେଇ କ୍ରିଜରେ ଶୀଘ୍ର ପହଞ୍ଚିଲେ ବ୍ୟାଟ୍ସମ୍ୟାନ

କରାଚୀ,୨୪ା୨- ବ୍ୟାଟ୍ସମ୍ୟାନମାନେ ରନ୍‌ ଚୋରାଇଲାବେଳେ ସାଧାରଣତଃ ଦ୍ରୁତ ଗତିରେ ଦୌଡ଼ିବା ସହିତ ବ୍ୟାଟକୁ ଆଗକୁ ରଖନ୍ତି। କାରଣ ବ୍ୟାଟ୍ସମ୍ୟାନ ପହଞ୍ଚତ୍ବା ପୂର୍ବରୁ ବ୍ୟାଟ ପହଞ୍ଚତ୍ବ। କିନ୍ତୁ ବ୍ୟାଟ୍ସମ୍ୟାନ ରନଆଉଟ୍‌ରୁ ବଞ୍ଚତ୍ବା ଲାଗି ଦ୍ରୁତ ଗତିରେ ଦୌଡ଼ିବା ସହ ଆଉ ଏକ କାର୍ଯ୍ୟ କରିପାରିବ। ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ) ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ମୋଏନ ଖାଁଙ୍କ ପୁଅ ଅଜାମ ରନଆଉଟ୍‌ରୁ ବର୍ତ୍ତିବା ଲାଗି ବ୍ୟାଟ୍‌କୁ ଓଲଟା ଧରି ଦୌଡ଼ିଥିଲେ। ବ୍ୟାଟର ବେଣ୍ଟକୁ ଗ୍ରାଉଣ୍ଡରେ ଲଗାଇଥିଲେ। ଏହାଦ୍ୱାରା ସେ ବ୍ୟାଟ୍‌ର ପୂରା ଲମ୍ବାକୁ ବ୍ୟବହାର କରିପାରିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଜଣେ ପ୍ରଶଂସକ ଟୁଇଟ୍‌ କରିଛନ୍ତି, ଯଦି ବ୍ୟାକୁ ଓଲଟା ଧରାଯାଏ, ତେବେ ବ୍ୟାଟ୍ସମ୍ୟାନ ଶୀଘ୍ର କ୍ରିଜରେ ପହଞ୍ଚତ୍ବ। ରବିବାର ଏଠାରେ ଖେଳାଯାଇଥିବା ମ୍ୟାଚ୍‌ରେ କୁଏଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳୁଥିବା ଅଜାମ ୩୦ ବଲରେ ୪୬ ରନ୍‌ କରିଥିଲେ।