Categories: ମେଟ୍ରୋ

ଓମ୍‌ଫେଡ ପାର୍ଲରରୁ ଚୋରି ସାମଗ୍ରୀ ଜବତ: ୨ ଗିରଫ

ଭୁବନେଶ୍ୱର, ୭ା୧୧(ବ୍ୟୁରୋ): କ୍ୟାପିଟାଲ ଥାନା ଅଧୀନ କେଶରୀ ନଗର ଅଞ୍ଚଳରେ ଥିବା ଏକ ଓମଫେଡ ପାର୍ଲରରୁ ବିଭିନ୍ନ ସାମଗ୍ରୀ ଓ ଗ୍ୟାସ ସିଲିଣ୍ଡର ଚୋରି ଅଭିଯୋଗରେ ୨ଜଣଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ଦୀପକ କୁମାର (୨୧) ଓ ୟୁନିଟ ୫ କେଶରୀ ନଗର ଅଞ୍ଚଳର ଦୀପକ ବାହାଦୁର (୩୨)। ସୂଚନା ଅନୁଯାୟୀ, କେଶରୀ ନଗର ଅଞ୍ଚଳରେ ହେମନ୍ତ କୁମାର ମହାନ୍ତିଙ୍କ ଓମଫେଡ ପାର୍ଲରରୁ ଗତ ୫ ରାତିରେ ଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଦୋକାନ ଭାଙ୍ଗି ସମସ୍ତ ସାମଗ୍ରୀ ଓ ୨ଟି ଗ୍ୟାସ ସିଲଣ୍ଡର ସହ ନଗଦ ୫ହଜାର ଟଙ୍କା ଚୋରି କରି ନେଇଥିଲେ। ଏ ନେଇ ହେମନ୍ତ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୦୭/୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।