Categories: ମେଟ୍ରୋ

ଓଡ଼ିଆ ଭାଷା ଆମ ଜାତିର ସ୍ବାଭିମାନ

ଭୁବନେଶ୍ୱର, ,୨୪ା୨((ବ୍ୟୁରୋ): ମଦନପୁରସ୍ଥିତ ନିସ୍‌ ଶିକ୍ଷାନୁଷ୍ଠାନରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ. ସୁଭାଷ ଚନ୍ଦ୍ର ନାୟକ ଏଥିରେ ଅଧ୍ୟକ୍ଷତା କରିଥିଲେ। ସମ୍ରାଟ ଖାରବେଳଙ୍କ ଖଣ୍ଡଗିରି ଶିଳାଲେଖାରୁ ଓ ସମ୍ରାଟ ଅଶୋକଙ୍କ ଧଉଳି ଶିଳାଲେଖାରୁ ଓଡ଼ିଆ ଭାଷାର ସୂଚନା ମିଳିଥିଲା। ମାତୃଭାଷା ଓଡ଼ିଆ ଆମ ଜାତିର ସ୍ବାଭିମାନ ଓ ଗର୍ବର ପ୍ରତୀକ ବୋଲି ଉଲ୍ଲେଖ କରି ଡ. ନାୟକ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଛାତ୍ରୀଛାତ୍ରଙ୍କୁ ଉଦ୍‌ବୋଧନ ଦେଇଥିଲେ। ନିର୍ଦ୍ଦେଶକ ଡ. ଶ୍ରୁତିକାନ୍ତ ଦୀକ୍ଷିତ୍‌, ଡ. ରାଜେଶ ସ୍ବାଇଁ, ଡ. ବିମଳକାନ୍ତ ନାୟକ, ପ୍ରଶାସନିକ ଅଧିକାରୀ ପିତାମ୍ବର ଚୟନୀ, ସୋସିଆଲ ୱାର୍କର୍ସ ବିଭାଗୀୟ ମୁଖ୍ୟ ଡ. ଆ.ବି. ରାଓ ପ୍ରମୁଖ ଯୋଗଦେଇ ସେମାନଙ୍କ ସାରଗର୍ଭକ ମତବ୍ୟକ୍ତ କରିଥିଲେ। ଶେଷରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତାର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।