ଓଟିଏମ୍‌ର ପୁନରୁଦ୍ଧାର ଦାବିରେ ଚୌଦ୍ୱାର ସହରବାସୀଙ୍କ ନୀରବ ପ୍ରତିବାଦ

ଚୌଦ୍ୱାର,୫।୬(ଡି.ଏନ୍‌.ଏ): ଭଦ୍ରକ ଜିଲାର ଧାମରାଠାରେ ଟେକ୍ସଟାଇଲ ପାର୍କ ନିର୍ମାଣ ପାଇଁ କ୍ୟାବିନେଟ୍‌ ମୋହର ଲାଗିଥିବା ବେଳେ ଏହାକୁ ନେଇ କଟକ ଜିଲା ଚୌଦ୍ୱାର ସହରବାସୀଙ୍କ ଦୀର୍ଘଦିନର ଆଶା ମଉଳି ଯାଇଛି। ଏନେଇ ଶୁକ୍ରବାର ଚୌଦ୍ୱାର ସହରବାସୀଙ୍କ ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକଠାରେ ରାଜ୍ୟ ସରକାରଙ୍କ ବିରୋଧରେ ନୀରବ ପ୍ରତିବାଦ କରାଯାଇଛି। ପ୍ଲାକାର୍ଡ ଧରି ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଶ୍ରମିକ ନେତା, ସ୍ବେଚ୍ଛାସେବୀ, ରାଜନେତା ଓ ସାଧାରଣ ନାଗରିକ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛିା
ସୂଚନାଯୋଗ୍ୟ, ଚୌଦ୍ୱାରଠାରେ ଥିବା ଓଡ଼ିଶା ଟେକ୍ସଟାଇଲ ମିଲ(ଓଟିଏମ୍‌) ଆଜକୁ ଦୀର୍ଘ ୧୯ ବର୍ଷରୁ ଊର୍ଦ୍ଧ ହେବ ବନ୍ଦ ହୋଇପଡ଼ିଛି । ଇତି ମଧ୍ୟରେ ଶାସକ ଦଳ ଓଟିଏମ୍‌କୁ ଖୋଲିବା ଅବା ଓଟିଏମ୍‌ର ଭିତ୍ତଭୂମି ଉପରେ ଟେକ୍ସଟାଇଲ ପାର୍କ ନିର୍ମାଣ କରିବା ପ୍ରତିଶ୍ରୁତି ଦେଇ ଆସୁଛନ୍ତି ବୋଲି ପ୍ରତିବାଦକାରୀମାନେ କହିଛନ୍ତି । ରାଜ୍ୟ ସରକାର ଚୌଦ୍ୱାରବାସୀଙ୍କ ଦୀର୍ଘଦିନ ଆଶା ଓ ଭରସା ଉପରେ କୁଠାରଘାତ କରିଥିବା ପ୍ରତିବାଦରେ ସାମିଲ ହୋଇଥିବା ଚୌଦ୍ୱାର ଶିଳ୍ପ ପୁନରୁଦ୍ଧାର ସଂଗଠନର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ସହରବାସୀଙ୍କ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Share