Categories: Home Leftଖେଳ

ଐଶ୍ୱର୍ଯ୍ୟା ଜିତିଲେ ଏଫ୍‌ଆଇଏମ୍‌ ବିଶ୍ୱକପ୍‌

ଭାର୍ପାଲୋଟା (ହଙ୍ଗେରୀ), ୧୨ା୮ (ପି.ଟି.)- ଐଶ୍ୱର୍ଯ୍ୟା ପିସା ପ୍ରଥମ ଭାରତୀୟ ମହିଳା ଭାବେ ମୋଟର ସ୍ପୋଟର୍‌ସରେ ଏକ ବିଶ୍ୱ ଟାଇଟଲ ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ ଏଫ୍‌ଆଇଏମ୍‌ ଓ୍ବାଲର୍‌ଡ କପ୍‌ ମହିଳା କାଟେଗୋରିରେ ସେ ଚାମ୍ପିୟନ ହୋଇଛନ୍ତି। ବେଙ୍ଗାଲୁରୁର ଏହି ୨୪ ବର୍ଷୀୟା ରାଇଡର ରବିବାର ଏଫ୍‌ଆଇଏମ୍‌ ଜୁନିୟର କାଟେଗୋରିରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ଐଶ୍ୱର୍ଯ୍ୟା ଦୁବାଇରେ ଅନୁଷ୍ଠିତ ଚାମ୍ପିୟନଶିପ୍‌ର ପ୍ରଥମ ରାଉଣ୍ଡ ଜିତିଥିଲେ। ସେ ପରେ ପର୍ତ୍ତୁଗାଲ, ସ୍ପେନ୍‌ ଓ ହଙ୍ଗୋରୀରେ ଯଥାକ୍ରମେ ଅନୁଷ୍ଠିତ ପରବର୍ତ୍ତୀ ରେସ୍‌ ଗୁଡ଼ିକରେ ୩ୟ, ୫ମ ଓ ୪ର୍ଥ ହୋଇଥିଲେ। ମହିଳା ବିଭାଗରେ ଫାଇନାଲ ଓଭରାଲ ଷ୍ଟାଣ୍ଡିଂରେ ସେ ପର୍ତ୍ତୁଗାଲର ରିଟା ଭିଏରାଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲେ। ଜୁନିୟର କାଟେଗୋରିରେ ସେ ବିଜେତା ଚିଲିର ଟୋମାସ ଡି’ ଗାଭାର୍ଡୋ (୬୦ପଏଣ୍ଟ)ଙ୍କ ପଛକୁ ୪୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ।