ଏୟାର ଷ୍ଟ୍ରାଇକରେ ଇରାନର ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁ! ରିପୋର୍ଟରେ ବଡ଼ ଦାବି

ତେହରାନ,୨।୩: ଇରାନରେ ଇସ୍ରାଏଲର ବିମାନ ଆକ୍ରମଣ ଜାରି ରହିଛି। ସଦ୍ୟତମ ଘଟଣାକ୍ରମରେ, ପୂର୍ବତନ ଇରାନ ରାଷ୍ଟ୍ରପତି ମହମୁଦ ଅହମଦିନେଜାଦଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ପୂର୍ବରୁ ଏହି ନେତା କହିଥିଲେ, ‘ଇରାନକୁ ମାନଚିତ୍ରରୁ ପୋଛିଦେବା ଉଚିତ।’ ଯାହାକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ।
ଇସ୍ରାଏଲୀ ଗଣମାଧ୍ୟମ ବା ମିଡିଆ ଅଉଟଲେଟ Ma’arivର ଏକ ରିପୋର୍ଟରେ କୁହାଯାଇଛି ଯେ ଅହମଦିନେଜାଦଙ୍କ ଘର ଉପରେ ଏକ ଟାର୍ଗେଟେଡ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି। ତଥାପି, ଇରାନୀ ଅଧିକାରୀମାନେ ତୁରନ୍ତ ଏହି ଘଟଣାକୁ ନିଶ୍ଚିତ କରିନାହାଁନ୍ତି।
ଅହମଦିନେଜାଦ ୨୦୦୫ ରୁ ୨୦୧୩ ପର୍ଯ୍ୟନ୍ତ ଇରାନର ଷଷ୍ଠ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ। ସେ ତେହରାନର ମେୟର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ଏବଂ ୨୦୦୫ ରେ ପ୍ରମୁଖ ନେତା ଆକବର ହାସେମି ରଫସଞ୍ଜାନିଙ୍କୁ ପରାସ୍ତ କରିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଜାତିସଂଘ ସୁରକ୍ଷା ପରିଷଦ ଇରାନର ପରମାଣୁ କାର୍ଯ୍ୟକ୍ରମ ଉପରେ ଅନେକ କଟକଣା ଲଗାଇଥିଲା।
ଇରାନ ଉପରେ ଇସ୍ରାଏଲ-ଆମେରିକା ଆକ୍ରମଣ ସମଗ୍ର ପଶ୍ଚିମ ଏସିଆରେ ଏକ ବିଶ୍ୱଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି କରିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଶନିବାର ଏକ ସଠିକ ଇସ୍ରାଏଲୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି ଆକ୍ରମଣରେ ଖାମେନେଇଙ୍କ ଝିଅ, ଜ୍ୱାଇଁ, ବୋହୂ ଏବଂ ନାତି ମଧ୍ୟ ପ୍ରାଣ ହରାଇଛନ୍ତି।
ଖାମେନେଇଙ୍କ ସହ ସାକ୍ଷାତ କରୁଥିବା ସାତ ଜଣ ଶୀର୍ଷ କମାଣ୍ଡର ମଧ୍ୟ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ଦାବି କରିଛି ଯେ ୪୦ ଜଣ ଶୀର୍ଷ ଇରାନୀ ଅଧିକାରୀ ପ୍ରାଣ ହରାଇଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ୪୮ ଜଣ ଇରାନୀ ନେତା ପ୍ରାଣ ହରାଇଛନ୍ତି।

Dharitri – Odisha’s No.1 Odia Daily

Share