AirAsia Bhd. aircraft stand next to boarding gates at Kuala Lumpur International Airport 2 (KLIA2) in Sepang, Malaysia, on Tuesday, June 24, 2014. KLIA2 will provide the needed impetus for continued growth of Malaysia's economy, Prime Minister Najib Razak said at the official launch of the new terminal. Photographer: Charles Pertwee/Bloomberg
ନୂଆଦିଲ୍ଲୀ,୩-୧୧: ଏୟାର ଏସିଆ ପକ୍ଷରୁ ବିଗ୍ ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ସମୟରେ ଯାତ୍ରୀମାନେ ଘରୋଇ ଏବଂ ଅନ୍ତର୍ଜାତୀୟ ଉଡାଣ ଉପରେ ଆକର୍ଷଣୀୟ ଅଫର ଲାଭ କରି ପାରିବେ। ଦେଶ ମଧ୍ୟରେ ଉଡାଣ ପାଇଁ ୧୦୧୯ ଟଙ୍କାରୁ ଏବଂ ୨୩୯୯ ଟଙ୍କାରୁ ଗ୍ରାହକ ଅନ୍ତର୍ଜାତୀୟ ଉଡାଣ ସୁବିଧା ପାଇପାରିବେ। ଏୟାର ଏସିଆ ବିଗ୍ ସଦସ୍ୟଙ୍କ ଲାଗି ଅଗ୍ରାଧିକାର ବୁକିଂ ଚଳିତ ମାସ ୩ରୁ ଆରମ୍ଭ ହେବ। ନଭେମ୍ବର ୪ରୁ ସାଧାରଣ ବୁକିଂ ଆରମ୍ଭ ହୋଇ ୧୦ ତାରିଖ ଯାଏ ଚାଲିବ। ଏହି ବୁକିଂ ଉପରେ ଯାତ୍ରୀମାନେ ଆସନ୍ତା ବର୍ଷ ୨୭ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ପହିଲା ଯାଏ ଯାତ୍ରା କରିବାକୁ ସୁଯୋଗ ପାଇ ପାରିବେ। ଯାତ୍ରୀଙ୍କ ପକେଟକୁ ସୁହାଇବା ଭଳି ମୂଲ୍ୟରେ ବିଭିନ୍ନ ସ୍ଥାନକୁ ଭ୍ରମଣ ଲାଗି ଉତ୍ସାହିତ କରାଯାଉଥିବା ଏୟାର ଏସିଆ ସିଓଓ ସଞ୍ଜୟ କୁମାର କହିଛନ୍ତି।