ଏହି ଖେଳାଳିଙ୍କ ହାତ ଧରିବାକୁ ଯାଉଛନ୍ତି ବଜରଙ୍ଗ ପୁନିଆ

ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆ। ସେ ଭାରତର ଲୋକପ୍ରିୟ ମହିଳା କୁସ୍ତି ଯୋଦ୍ଧା ସଙ୍ଗୀତା ଫୋଗଟ୍‌ଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ତାରିଖ ଏପର୍ଯ୍ୟନ୍ତ ନିର୍ଘଣ୍ଟ ହୋଇ ନ ଥିଲେ ମଧ୍ୟ ଉଭୟଙ୍କ ପରିବାର ବିବାହ ନେଇ ସମ୍ମତି ପ୍ରକାଶ କରିଛନ୍ତି। ବଜରଙ୍ଗ ପୁନିଆ ଭାରତୀୟ ରେସଲିଂ ଜଣେ ଲୋକପ୍ରିୟ ଖେଳାଳି। ୬୫ କିଲୋଗ୍ରାମ ବର୍ଗରେ ସେ ବିଶ୍ୱର ଏକ ନମ୍ବର ଖେଳାଳି। ସେହିପରି ସଙ୍ଗୀତା ମଧ୍ୟ କୁସ୍ତି ଯୋଦ୍ଧା ଭାବେ ବେଶ୍‌ ପରିଚୟ ହାସଲ କରିଛନ୍ତି। ଆଗାମୀ ଟୋକିଓ ଅଲମ୍ପିକ୍ସରେ ବଜରଙ୍ଗ ଭାରତ ପାଇଁ ପଦକ ଜିତିବାର ପ୍ରବଳ ଦାବିଦାର ମନେହେଉଛି। ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରୁଛନ୍ତି। ପୂର୍ବରୁ ଗୀତା ଫୋଗଟ-ପବନ କୁମାର, ସାକ୍ଷୀ ମଲିକ-ସତ୍ୟବ୍ରତ କାଦୟାନ ଏବଂ ବିନେଶ ଫୋଗଟ୍‌-ସୋମବୀର ରାଠି ପ୍ରମୁଖ ନିଜ ଖେଳ ସହ ସମ୍ପୃକ୍ତ ଖେଳାଳିଙ୍କୁ ବିବାହ କରିଛନ୍ତି।