Indian captain Virat Kohli celebrates after the run out wicket of West Indies batsman Kieran Powell during the fourth one day international (ODI) cricket match between India and West Indies at the Brabourne Stadium in Mumbai on October 29, 2018. (Photo by PUNIT PARANJPE / AFP) / ----IMAGE RESTRICTED TO EDITORIAL USE - STRICTLY NO COMMERCIAL USE----- / GETTYOUT
କେବଳ ନିଜ ବ୍ୟାଟିଂ ପାଇଁ ନୁହେଁ, ଫିଟ୍ନେସ୍ ଲାଗି ମଧ୍ୟ ଅନ୍ୟ ଖେଳାଳିଙ୍କ ଲାଗି ପ୍ରେରଣା ସାଜିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଅନ୍ୟତମ। ନିଜକୁ ଫିଟ୍ ରଖିବା ଉପରେ ଏବେ ସେ ବିଶେଷ ଧ୍ୟାନ ଦେଉଛନ୍ତି। କିନ୍ତୁ ଜାଣିଛନ୍ତି କି, ବିରାଟ ଫିଟ୍ନେସ୍ ମନ୍ତ୍ର କାହାଠୁ ଶିଖିଥିଲେ। ସେ ହେଲେ କ୍ରିକେଟର ଦିନେଶ କାର୍ତ୍ତିକଙ୍କ ସ୍ତ୍ରୀ ଦୀପିକା ପାଲିକଲ। ଦେଶର ଜଣାଶୁଣା ସ୍କ୍ବାସ୍ ଖେଳାଳି ଦୀପିକା ହିଁ ବିରାଟଙ୍କୁ ଫିଟ୍ ରହିବାର ଟିପ୍ସ ଦେଇଥିଲେ। ଏ କଥାକୁ ସାମ୍ନାକୁ ଆଣିଛନ୍ତି ଟିମ୍ ଇଣ୍ଡିଆର ପୂର୍ବତନ ଟ୍ରେନର ଶଙ୍କର ବାସୁ। ୨-୩ବର୍ଷ ପୂର୍ବରୁ ଆଇପିଏଲ୍ ଚାଲିଥିବାବେଳେ ଦୀପିକା ଏବଂ କୋହଲିଙ୍କ ମଧ୍ୟରେ ଭେଟ ହୋଇଥିଲା। ଏହି ଅବସରରେ ଦୀପିକା ଫିଟ୍ନେସ୍ ଉପରେ କୋହଲିଙ୍କୁ ମନ୍ତ୍ର ଦେଇଥିଲେ।