Shikhar Dhawan of India celebrates his fifty during the 1st One day International match between India and Australia held at the Wankhede Stadium, Mumbai on the 14th Jan 2020. Photo by Deepak Malik / Sportzpics for BCCI
ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧାଓ୍ବନ ଏବେ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ଅଛନ୍ତି। ବେଳେ ମଜାଦାର ଭିଡିଓ ନିଜ ଫ୍ୟାନ୍ସମାନଙ୍କୁ ଭେଟି ଦେଉଛନ୍ତି। ଏକଦା ମୁରଲୀ ବିଜୟ ଓ ଶିଖର ଧାୱନ ଭାରତ ପାଇଁ ଅନେକଥର ଓପନିଂ କରିଛନ୍ତି। ଏହି କାରଣରୁ ଉଭୟଙ୍କ ମଧ୍ୟରେ ବନ୍ଧୁତା ମଧ୍ୟ ବଢିଯାଇଥିଲା। ଧାୱନ ଦିନେ ବିଜୟଙ୍କୁ କହିଥିଲେ ‘ତୁମେ ମୋ ପତ୍ନୀ ଭଳି’। ରବିଚନ୍ଦ୍ରନ ଅଶ୍ବିନଙ୍କ ସହ ଏକ ଇନ୍ଷ୍ଟାଗ୍ରାମରେ ଲାଇଭ ଚ୍ୟାଟ୍ବେଳେ ଧାୱନ ଏକଥା କହିଛନ୍ତି। ”ସେ (ବିଜୟ) ପଡିଆ ଭିତରେ ଓ ବାହାରେ ଭାରି ମଜାକିଆ ସ୍ବଭାବର। ମୁଁ ତାଙ୍କୁ ଅତି ନିକଟରୁ ଜାଣିଛି। ଆମ ଭିତରେ କେବେ ବି ରନ ନେବା ନ ନେବାକୁ ନେଇ ଦ୍ବନ୍ଦ୍ବ ରହିନଥାଏ, କେବେ ସେଭଳି ସ୍ଥିତି ଆସିଲେ ବି ତୁରନ୍ତ ସେକଥା ଭୁଲିଯାଉ। ସର୍ବଦା ଆମ ଭିତରେ ଭଲ ବୁଝାମଣା ରହିଥାଏ। ସେଥିପାଇଁ ମୁଁ ତାଙ୍କୁ ବେଳେ ବେଳେ କୁହେ ‘ତୁମେ ମୋ ପତ୍ନୀ ଭଳି’।