ଏହି କାରଣରୁ ସଚିନ ତେନ୍ଦୁଲକରଙ୍କୁ ଦିନେ ହାତଯୋଡିବାକୁ ପଡିଥିଲା

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ରମେଶ ତେନ୍ଦୁଲକରଙ୍କୁ କ୍ରିକେଟରେ ସର୍ବଶ୍ରେଷ୍ଠ ହେବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା। ଏକଦା କ୍ରିକେଟ୍‌ ଦୁନିଆରେ ରାଜ୍‌ କରୁଥିବା ସଚିନ ପୂର୍ବରୁ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଥିଲେ। ଏଥିରେ ତାଙ୍କୁ ଏତେଟା ସଫଳତା ମିଳି ନ ଥିଲା। ସେ ଓପନିଂ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ତାଙ୍କୁ ଦିଆଯାଉ ନ ଥିଲା। ବାଧ୍ୟ ହୋଇ ସେ ଚୟନକର୍ତ୍ତାଙ୍କ ନିକଟରେ ହାତଯୋଡି କହିଥିଲେ, ଦୟାକରି ମୋତେ ଓପନିଂ ଦିଆଯାଉ। ମୋତେ ଥରୁଟିଏ ସୁଯୋଗ ଦିଆଯାଉ, ଯଦି ମୁଁ ଏଥିରେ ବିଫଳ ହେବି ତେବେ ଆଗ ଭଳି ମଧ୍ୟକ୍ରମରେ ବ୍ୟାଟିଂ କରିବି। ଶେଷରେ ୧୯୯୪ରେ  ଭାରତୀୟ ଦଳ ପାଇଁ ତାଙ୍କୁ ଓପନିଂ କରିବାର ସୁଯୋଗ ମିଳିଥିଲା ନ୍ୟୁଜିଲାଣ୍ଡ ବିପକ୍ଷ  ମ୍ୟାଚରେ। ସେଥିରେ ସେ ୪୯ଟି ବଲରୁ ୮୨ ରନ୍‌ କରିଥିଲେ।