Mahabalipuram: Prime Minister Narendra Modi and Chinese President Xi Jinping exchange gifts on the 2nd day of an Informal Summit, in Tamil Nadu's Mahabalipuram on Oct 12, 2019. (Photo: IANS/PIB)
ଚେନ୍ନାଇ,୧୨।୧୦: ଚାଇନା ରାଷ୍ଟ୍ରପତି ଜି. ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଚାଲିଥିବା ଦୁଇ ଦିନିଆ ଅନୌପଚାରିକ ଆଲୋଚନା ଶେଷ ହୋଇଛି। ଆଲୋଚନା ପରେ ଚେନ୍ନାଇକୁ ଧନ୍ୟବାଦ ଦେଇ ଜିନପିଙ୍ଗ ଚାଇନା ଯାଇଥିବାବେଳେ ମୋଦି ଦିଲ୍ଲୀକୁ ଫେରି ଆସିଛନ୍ତି। ତେବେ ଦୁଇ ଦେଶ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି। ଜି. ଜିନ୍ପିଙ୍ଗ ଭାରତରୁ ସ୍ବତନ୍ତ୍ର ଉପହାର ନେଇ ସ୍ବଦେଶ ଫେରିଛନ୍ତି। ହାତବୁଣା ରେଶମ ପ୍ରତିକୃତି ସହ ମୋଦି ୬ ଫୁଟ ଉଚ୍ଚର ଏକ ଦ୍ୱୀପ ଉପହାର ଦେଇଥିଲେ। ଏହି ଦୀପଟି ସଂପୂର୍ଣ୍ଣ ଭାବେ ବ୍ରୋଞ୍ଜରେ ତିଆରି ହୋଇଥିବା ବେଳେ ଏହା ଉପରେ ସୁନାର ଝଳେଇ ଦିଆଯାଇଛି। ଏହାର ଓଜନ ୧୦୮ କେଜି। ଏହାବାଦ ଏକ ୩ ଫୁଟ ଉଚ୍ଚର ଏକ ନୃତ୍ୟରତା ସରସ୍ବତୀ ତାଞ୍ଜାଭୁର ଚିତ୍ରକଳା ଉପହାର ଦେଇଥିଲେ। ଏହି ଉପହାରରେ ତାମିଲନାଡୁର ସଂସ୍କୃତି ଓ ପରମ୍ପରାର ଝଲକ ରହିଛି।